ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ

ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ବୁଧବାର ଏହାର ଶୁଭାରମ୍ଭ କରିଛନ୍ତି । ଏହି ପିସିଆର୍‌ରେ କେବଳ ମହିଳା ପୋଲିସ କର୍ମଚାରୀ ନିୟୋଜିତ ରହିବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟ କରିବେ। ଏହି ପିସିଆର୍‌ରେ ଜିପିଆର୍‌ଏସ୍‌ ସୁବିଧା ରହିଛି । ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ଏହାକୁ ନିୟନ୍ତ୍ରଣ କରାଯିବ। ଏହାସହ ଏକ ହ୍ବାଟ୍ସଆପ୍‌ ନମ୍ବର ଦିଆଯାଇଛି । ଏଥିରେ ଯେକୌଣସି ସ୍ଥାନରେ ଅସୁବିଧାରେ ଥିଲେ ମହିଳାମାନେ ମେସେଜ୍‌ କରି ଜଣାଇପାରିବେ। ସଙ୍ଗେ ସଙ୍ଗେ ସେମାନଙ୍କୁ ପୋଲିସ ସୁବିଧା ଯୋଗାଇ ଦିଆଯିବ ବୋଲି ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲାର ବିଭିନ୍ନ ଥାନାଧିକାରୀ ଉପସ୍ଥିତ ରହିଥିଲେ ।

Share