ସମ୍ବଲପୁର ରେଳ ମଣ୍ଡଳ ଅଫିସରେ ହାଣ୍ଡ ଫ୍ରି ସାନିଟାଇଜର ମେଶିନ୍‌ ବସିଲା

ସମ୍ବଲପୁର,୨।୫(ବ୍ୟୁରୋ):ମହାମାରୀ କୋଭିଡ- ୧୯ ସଂକ୍ରମଣକୁ ରୋକିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଅଫିସରେ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଶନିବାର ୨ଟି ହାଣ୍ଡ ଫ୍ରି ସାନିଟାଇଜର ଡିସପେନ୍ସର ସ୍ଥାପନ କରାଯାଇଛି । ସମ୍ବଲପୁର ମଣ୍ଡଳ ଯାନ୍ତ୍ରିକ ବିଭାଗ ଦ୍ୱାରା ନୂଆ ଭାବେ ଏହାକୁ ତିଆରି କରାଯାଇଛି । ଏହାଦ୍ୱାରା ଅଫିସକୁ ଆସୁଥିବା କର୍ମଚାରୀ, ଅଧିକାରୀମାନେ ହାତ ନ ଲଗାଇ ଗୋଡରେ ଏହାକୁ ବ୍ୟବହାର କରିପାରିବେ, ଯଦ୍ୱାରା ଜୀବାଣୁ ମୁକ୍ତ ହେବ ବୋଲି କୁହାଯାଇଛି।

Share