Categories: ଜାତୀୟ

ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’

ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍‌. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ ବାଚସ୍ପତିଙ୍କୁ ସ୍ବାଧୀନତା ଦେଇଥିଲାବେଳେ ସେ ସମ୍ବିଧାନର ନିୟମ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ବାଚସ୍ପତି ନିଜ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ନିଷ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ।

Share