ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦିଆଯାଉ: ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଅହିଂସା ହିଁ ଆମ ସ୍ବାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଭବନଠାରେ ଗୁରୁବାର ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ଯେ ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ। ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସାକୁ ଯୁବ ସମାଜ ଆପଣାଇବା ପାଇଁ ସେ ଆହ୍ବାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଅହିଂସା ତତ୍ତ୍ୱରେ ଦର୍ଶାଯାଇଛି, ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା। ଗାନ୍ଧିଜୀଙ୍କ ମତରେ ଯେତେବେଳ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ବାଧୀନତାର ମୂଲ୍ୟ ଅର୍ଥହୀନ। ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ। ତେଣୁ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏହା ଭାରତ ତଥା ବିଶ୍ୱର ଭବିଷ୍ୟତ ପିଢିକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ ସତ୍ୟତା ସବୁଦିନ ସ୍ମରଣ କରାଇ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ

ବାରିପଦା୨୯ା୧୨: ବାଘୁଣୀ ଜିନ୍ନତକୁ ରବିବାର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ବାରିପଦା ଆର୍‌ସିସିଏଫ୍‌ ସୂଚନା ଦେଇଛନ୍ତି। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ଏବେ...

ବର୍ଷା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଗଜପତି(ପାରଳାଖେମୁଣ୍ଡି) ୨୯।୧୨: ଲଗାଣ ବର୍ଷାରେ ଫସଲ କ୍ଷୟକ୍ଷତି ସମୀକ୍ଷା କରିବାକୁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ...

ବଢିବ ଶୀତ: ୨ ରୁ ୪ ଡିଗ୍ରୀ ହ୍ରାସ ପାଇବା ରାତି ତାପମାତ୍ରା

ଭୁବନେଶ୍ୱର,୨୯।୧୨: ଲଘୁଚାପ ବର୍ଷା ଯିବା ପରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ ବୃଦ୍ଧି ପାଇଛି। ଏଥିସହିତ ନୂଆବର୍ଷରେ ଜାନୁଆରୀ ୧ ରୁ ଜାନୁୟାରୀ ୪,...

ମହୁମାଛି ନେଲା ଜେଇଙ୍କ ଜୀବନ

ରାଇରଙ୍ଗପୁର,୨୯।୧୨: ମୟୂରଭଞ୍ଜ ଜିଲା ମହୁଲଡିହାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ତିରିଂ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ...

OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ...

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ପାଇଁ ବନପ୍ରାଣୀ-ପକ୍ଷୀ ଉଭାନ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ):ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଡିସେମ୍ବର ଶେଷ ଓ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପ୍ରାୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନଜିର ରହିଛି। ତେବେ...

ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଜଣେ ଆସିଷ୍ଟାଣ୍ଟ ପ୍ରଫେସର-୩ ସିନିୟର ରେସିଣ୍ଟେଣ୍ଟ ଚାକିରିରୁ ବହିଷ୍କୃତ; ଜଣଙ୍କୁ ୬ ମାସ ହଷ୍ଟେଲ ମନା

ବ୍ରହ୍ମପୁର,୨୯।୧୨(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି( ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡ଼ାକ୍ତର ମାଡ ମାରିବା ଏଂ...

ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ

ବରଗଡ଼,୨9।୧୨(ପ୍ରେମାନନ୍ଦ ଖମାରୀ): ଆଉ ୩ଦିନ ପରେ ନବବର୍ଷ ପାଦ ଥାପିବ। ଜାନୁୟାରୀ ପହିଲାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲକୁ ପାଣି ଛାଡ଼ିବ। ପାଣି ଆସିଲେ ଚାଷୀମାନେ ରବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri