ସମ୍ବିଧାନ ମୁଖବନ୍ଧରେ ଅହିଂସା ସ୍ଥାନିତନେଇ ବିଜେଡିର ଦସ୍ତଖତ ଅଭିଯାନ

ତିହିଡି,୨୪।୯(ଡି.ଏନ୍‌.ଏ.): ଭାରତର ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମଙ୍ଗଳବାର ବିଜେଡିର ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ତାଳପଦାସ୍ଥିତ କାନ୍ତକବି କଲ୍ୟାଣ ମଣ୍ତପରେ ପୂର୍ବାହ୍ନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକ ପୌରୋହିତ୍ୟ କରିଥିଲେ। ପୂର୍ବତନ ବିଧାୟକ ବିଜୟ ନାୟକ, ପୂର୍ବତନ ସରପଞ୍ଚ ବସନ୍ତ ନାୟକ, ଏମ୍‌ପିଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସରପଞ୍ଚ କୀର୍ତ୍ତନ ରାଉତ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କାର୍ଯ୍ୟକାରିତାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ।