Advertisement

ସମ୍ଭାବ୍ୟ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ ଅଫିସ,୧୮ା୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ମଧ୍ୟାହ୍ନରେ ଭଦ୍ରକରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ପ୍ରବାସୀମାନଙ୍କୁ ଜାତୀୟ ରାଜପଥ ଧାମରା ଓଭର ବ୍ରିଜ୍‌ ନିକଟରେ ଜିଲା ପୋଲିସ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରି ଫେରିଛନ୍ତି। ପ୍ରବାସୀମାନେ ଯେଭଳି ଆଉ ପାଦରେ ଚାଲିବେନି ଓ ଭୋକିଲା ଯିବେନି ସେନେଇ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ
ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିଥିବା ବେଳେ ପୋଲିସ ତତ୍ପର ରହିଥିବା କହିଛନ୍ତି ଅଭୟ। ଏହି ଅବସରରେ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଏସ୍‌ପି ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।