ସମ୍‌ଝୋତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

ଲାହୋର, ୮।୮: ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବୁଧବାର ଭାରତ ସହିତ କୂଟନୈତିକ ତଥା ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଗୁରୁବାର ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଚଳାଚଳ କରୁଥିବା ସମ୍‌ଝୋତା ଏକ୍ସପ୍ରେସ୍‌କୁ ବନ୍ଦ କରିଦେଇଛି। ସମ୍‌ଝୋତା ଏକ୍ସପ୍ରେସ୍‌ ଦିଲ୍ଲୀରୁ ଅଟାରି ମଧ୍ୟରେ ସପ୍ତାହରେ ୨ଥର ସୋମବାର ଏବଂ ଗୁରୁବାର ଚଳାଚଳ କରିଥାଏ।

Share