ସମୟାନୁବର୍ତ୍ତୀ ଜାହ୍ନବୀ

ଜାହ୍ନବୀ କପୁରଙ୍କ ପାଖରେ ଏବେ ବିଶ୍ରାମ ନେବାକୁ ଟାଇମ ନାହିଁ। କାରଣ ଏକାଥରେ ତାଙ୍କର ଦୁଇଟି ଫିଲ୍ମ- ‘ଗୁଞ୍ଜନ ସାକ୍‌ସେନା-ଦ କାର୍‌ଗିଲ ଗର୍ଲ’ ଏବଂ ‘ତକ୍‌ତ’ର ଶୁଟିଂ ଚାଲୁ ରହିଛି। ଏହାପରେ ସେ ‘ଦୋସ୍ତାନା-୨’ ପାଇଁ ଟାଇମଟେବୁଲ ସ୍ଥିର କରିବେ। ବର୍ତ୍ତମାନ ଜାହ୍ନବୀ ଭଉଣୀ ଭାରି ଖୁସି ଏବଂ ପାପା ବୋନି କପୁରଙ୍କ ସହ ନ୍ୟୁୟର୍କରେ ଡେରା ପକାଇଛନ୍ତି। କାରଣ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ତକ୍‌ତ’ର ଶୁଟିଂ ସେଠାରେ ଚାଲିଛି। ବର୍ତ୍ତମାନ ସେ ସମୟକୁ ଏତେ ଗୁରୁତ୍ୱ ଦେଉଛନ୍ତି ଯେ, ଶୁଟିଂ ସେଟ୍‌ରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚତ୍ ଯାଉଛନ୍ତି। ‘ଜଣେ ଅଭିନେତ୍ରୀ ଅଭିନୟ ସହ ସମୟକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ ମୁଁ ସବୁବେଳେ ସମୟକୁ ଗୁରୁତ୍ୱ ଦିଏ। ବର୍ତ୍ତମାନ ଏକାସାଙ୍ଗେ ଦୁଇଟି ଫିଲ୍ମର ଶୁଟିଂ ଚାଲିଛି। ତେଣୁ ଟାଇମ୍‌ ପ୍ରତି ସଚେତନ ନ ହେଲେ ସବୁକିଛି ଗଡ଼ବଡ଼ ହୋଇଯିବ।’

Share