ସମୟ ଗଡୁଛି, ସରୁନି ମାଷ୍ଟର ପ୍ଲାନ : ଅସଜଡ଼ା ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ,୭ା୮: ଦିନକୁ ଦିନ ଜଗତ୍‌ସିଂହପୁର ସହର ତା’ର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହା ଅସଜଡ଼ା ଭାବେ ସମ୍ପ୍ରସାରିତ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଟ୍ରାଫିକଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ ହୋଇପଡୁଛି। ୨୦୧୭ରୁ ରାଜ୍ୟ ସରକାର ମାଷ୍ଟର ପ୍ଲାନ କରିବା ନେଇ ଟେଣ୍ଡର କରିଥିଲେ ସୁଦ୍ଧା ବିଳମ୍ବରେ ଅର୍ଥାତ୍‌ ୨୦୧୮ରେ ଏହା ଚୂଡାନ୍ତ ହୋଇଛି। ବାଙ୍ଗାଲୋରର ସ୍କାଏ ଗ୍ରୁପ ନାମକ ସଂସ୍ଥାକୁ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ରାଜିନାମା ସ୍ବାକ୍ଷର କରିଛି। ରାଜିନାମା ଅନୁଯାୟୀ ସ୍କାଏ ଗ୍ରୁପ ୨୦୧୯ ଜୁଲାଇ ମାସ ଭିତରେ ଯୋଜନା ସାରିବା କଥା। ପରେ ଜେଆର୍‌ଆଇଟି ସ୍କାଏ ଗ୍ରୁପ୍‌ ସହାୟତାରେ ସମସ୍ତ ବିଭାଗ ସହ ବୈଠକ କରି ପରାମର୍ଶ ଲୋଡିବ। ଏପରି କି କର୍ମଶାଳା ତଥା ସେମିନାର କରାଯାଇ ବ୍ୟାପକ ଚର୍ଚ୍ଚା ହେବ। ଜନସାଧାରଣଙ୍କୁ ଅଭିଯୋଗ ଓ ପରାମର୍ଶ ପାଇଁ ସୁଯୋଗ ଦିଆଯିବ। ଏସବୁ ପ୍ରକ୍ରିୟା ପରେ ଚୂଡାନ୍ତ ମାଷ୍ଟର ପ୍ଲାନ ଘୋଷଣା ହେବ। କିନ୍ତୁ ଉକ୍ତ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ମାଷ୍ଟର ପ୍ଲାନ୍‌ର ରୂପରେଖ ପ୍ରସ୍ତୁତ କରିପାରିନାହିଁ। ଏଥିପାଇଁ ଜେଆର୍‌ଆଇଟି ପକ୍ଷରୁ କେତେକ ତଥ୍ୟ ଯଥାଶୀଘ୍ର ଦେବାକୁ ଚିଠି ହୋଇଥିବା ଜଣାଯାଏ।
ସୂଚନା ଅନୁଯାୟୀ, ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନ ଜେଆର୍‌ଆଇଟି ଜଗତ୍‌ସିଂହପୁର ସହରର ଉନ୍ନୟନ ପାଇଁ ରହିଛି। ଧାର୍ଯ୍ୟ ସମୟ ମଧ୍ୟରେ ସ୍କାଏ ଗ୍ରୁପ ପ୍ଲାନ ପ୍ରସ୍ତୁତ କରିପାରି ନ ଥିବାରୁ ନିକଟରେ ଜେଆର୍‌ଆଇଟି ନିର୍ବାହୀ ଅଧିକାରୀ ଏହି ଗ୍ରୁପକୁ ୫ଟି ପ୍ରସଙ୍ଗରେ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ୨୭ା୫ା୧୯ରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କ ଭୁବନେଶ୍ୱରସ୍ଥିତ ଚାମ୍ବରରେ ହୋଇଥିବା ଆଲୋଚନା ଅନୁଯାୟୀ ତଥ୍ୟ ଦିଆଯାଉ। ପ୍ରଥମତଃ ପ୍ଲଟ ଅନୁଯାୟୀ ତାଲିକା ପ୍ରଦାନ କରାଯାଉ। କାରଣ ଓର୍‌ସାକ୍‌ ଦ୍ୱାରା ଜିଆଇଏସ୍‌ ଡାଟା ସଂଶୋଧନ କରିବା ସମ୍ଭବ ହୋଇପାରିବ। ସେହିପରି ରାଜସ୍ବ ବିଭାଗ ସହ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ ପରେ ସହରାଞ୍ଚଳରେ ପାର୍କ ପାଇଁ ଚିହ୍ନଟ ହୋଇଥିବା ଉପଯୁକ୍ତ ସ୍ଥାନ ସମ୍ପର୍କରେ ତଥ୍ୟ ଦିଆଯାଉ। ପରିଶ୍ରାଗାର ଓ ଘରର ପ୍ରକାର ସଂକ୍ରାନ୍ତୀୟ ତଥ୍ୟ ଆବଶ୍ୟକ। କାରଣ ଏହା ପୌର ପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଦ୍ୱାରା ପୁନଃ ଅନୁଧ୍ୟାନ ହେବ। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ସମ୍ପର୍କିତ ସର୍ଭେକ୍ଷଣ କରାଯାଇପାରେ। ସିଆର୍‌ଜେଡ୍‌ ମ୍ୟାପ ଚୂଡାନ୍ତ ପୂର୍ବରୁ ବନ ଓ ପରିବେଶ ବିଭାଗର ପରାମର୍ଶ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଗଲେ ବିଭାଗୀୟ କର୍ମଚାରୀମାନେ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ଦର୍ଶାଯାଇଛି। ଏସବୁ ସତ୍ତ୍ବେ ସ୍କାଏ ଗ୍ରୁପ କେବେ ତଥ୍ୟ ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୬ା୫ା୧୮ରେ ସ୍କାଏ ଗ୍ରୁପ ମାଷ୍ଟର ପ୍ଲାନ କରିବ ବୋଲି ରାଜିନାମା ହୋଇଥିଲା। ଏହି ଅନୁଯାୟୀ ୨୩ା୭ା୧୯ ଭିତରେ ଏହି ସଂସ୍ଥା ମାଷ୍ଟର ପ୍ଲାନ ସାରିବା କଥା। କିନ୍ତୁ ଉକ୍ତ ସଂସ୍ଥା ସର୍ଭେକ୍ଷଣ ଜାରି ରଖିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ସହର ସମେତ ଏହି ବ୍ଲକ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ ଅଞ୍ଚଳର ୯୩ ରାଜସ୍ବ ମୌଜାର ୧୧୪.୫୩ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରେ ଜଗତ୍‌ସିଂହପୁର ପୌର ପରିଷଦ ସମେତ ଏହି ବ୍ଲକର ପୁନଙ୍ଗ, ପଳାଶୋଳ, ଯଁକଟି, ଯଶୋବନ୍ତପୁର, ସାଁପୁର, ତରଡ଼ାପଡ଼ା, ଓଡ଼ିଶୋ, ବଳରାମପୁର, ମୁଦୁପୁର, ମଣ୍ଡାସାହି ପଞ୍ଚାୟତକୁ ସାମିଲ କରାଯାଇଛି। ଏଥିରେ ରାସ୍ତା, ଡ୍ରେନ୍‌ ଭିତ୍ତିଭୂମି, ସହରାଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇ ସମସ୍ୟା ସମାଧାନର ବାଟ ବାହାର କରାଯିବ। ମୁଖ୍ୟ କଥା ହେଲା ସାଟେଲାଇଟ୍‌ ଚିତ୍ର ଏବଂ ଜିଆଇଏସ୍‌ ପ୍ଲାଟଫର୍ମରେ ରାଜସ୍ବ କାଡାଷ୍ଟ୍ରିଆଲ ମ୍ୟାପ୍‌କୁ ଦେଖି ଜମିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍ଥାନ, ପାଣିପାଗ, ପ୍ଲଟ ଅନୁଯାୟୀ ଜମିର ବ୍ୟବହାର, ପରିବେଷଜନିତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଜନସଂଖ୍ୟା, ଲିଙ୍ଗ ଅନୁପାତ, ଶିକ୍ଷାହାର ଆଦିକୁ ଅନୁଧ୍ୟାନ କରାଯିବ। ଆର୍ଥିକ ସ୍ଥିତି ଓ ନିଯୁକ୍ତି, ପ୍ରଶାସନ, କୃଷି, ଖଣି, ଖାଦାନ ଆଦିକୁ ଦେଖାଯିବ। କେତେ ସାଧାରଣ ଓ ବସ୍ତି ବାସିନ୍ଦାଙ୍କ ବାସୋପଯୋଗୀ ଘର, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସୁବିଧା ଅଛି ତାହା ଅନୁଧ୍ୟାନ ହେବ। ଜଳ ଯୋଗାଣ, ବର୍ଷା ଜଳ ବିନିଯୋଗ, ଡ୍ରେନେଜ୍‌, ସ୍ବେରେଜ, ବିଦ୍ୟୁତ ଯୋଗାଣ, ପୋଲିସ, ଅଗ୍ନିଶମ, ଶ୍ମଶାନ, ବର୍ଜ୍ୟବସ୍ତୁ ପରିଚାଳନା, ପର୍ଯ୍ୟଟନ ବିଷୟରେ ଧ୍ୟାନ ଦିଆଯିବ। ବର୍ଜ୍ୟବସ୍ତୁ ପରିଚାଳନା ନେଇ ମାଇକ୍ରୋ ଲେଭଲ ଷ୍ଟଡି କରାଯିବ। କେଉଁ ପ୍ରକଳ୍ପ ବାଧ୍ୟତାମୂଳକ ଓ କେଉଁଟା ଇଛାଧୀନ, କେଉଁଟା ଦୀର୍ଘମିଆଦି ଓ କେଉଁଟା ସାମୟିକ ତାହା ଉପରେ ପ୍ରସ୍ତାବ ରହିବ। କିଛି ବି ଜମି ଯେପରି ଅଦରକାରୀ ନ ରୁହେ ତା ଉପରେ ଗୁରୁତ୍ୱ ଦିଆଯିବ। ଏସବୁକୁ ଦେଖି ଏକ ଉତ୍ତମ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri