ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ବେଶ୍‌ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି। ହେଲେ ନିକଟରେ ସେ ଏକ ସାକ୍ଷାତ୍‌କାର ମାଧ୍ୟମରେ ତାଙ୍କ ଅପକମିଙ୍ଗ ଫିଲ୍ମ ଓ ପର୍ସନାଲ ଲାଇଫକୁ ନେଇ ମନଖୋଲି କଥା ହୋଇଛନ୍ତି। ସୋନମଙ୍କ ମତରେ ସେ ନିଜ କାମ ଓ ତାଙ୍କ ସ୍ବାମୀଙ୍କ କାମ ପାଇଁ ୩ଟି ସହରରେ ରହୁଛନ୍ତି। ତେଣୁ ଏହାକୁ ନେଇ ସେ ଟାଇମ୍‌ ମ୍ୟାନେଜମେଣ୍ଟ କରିଥାଆନ୍ତି ଆଉ ସମୟକୁ ସେ କେବେବି ନଷ୍ଟ ହେବାକୁ ଦିଅନ୍ତି ନାହିଁ। ଅବଶ୍ୟ ଏସବୁ କଥା ସେ ତାଙ୍କ ସ୍ବାମୀଙ୍କଠାରୁ ଶିଖିଛନ୍ତି ବୋଲି କୁହନ୍ତି। ନିକଟରେ ସେ ଛୁଟି କାଟିବାକୁ ବିଦେଶ ଯାଇଥିବା ବେଳେ ତାଙ୍କ ଫୋନ୍‌ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। କାରଣ ସେ ବର୍ତ୍ତମାନରେ ବଞ୍ଚିବାକୁ ଓ ସବୁ ମୁହୂର୍ତ୍ତକୁ ଏନଜୟ କରିବାକୁ ପସନ୍ଦ କରନ୍ତି। ଓ୍ବେବ ସିରିଜ୍‌ କାମ କରିବାକୁ ନେଇ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ସେ କହିଥିଲେ ଭଲ କାହାଣୀ ମିଳିଲେ ସେ ଓ୍ବେବ ସିରିଜରେ କାମ କରିବାରେ କୌଣସି ଅସୁବିଧା ନାହିଁ। ଆଉ ସୁବିଧା ମିଳିଲେ ସେ ଅର୍ଜୁନ କପୁର ଓ ଜାହ୍ନବୀ କପୁରଙ୍କ ସହ କାମ କରିବାରେ ଆନନ୍ଦ ଅନୁଭବ କରିବେ ବୋଲି କହିଛନ୍ତି।

Share