ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ। ଯଦି କେହି ଏ ବିଷୟରେ ଅଧିକ ଆଲୋଚନା କଲା ତେବେ ବିଳମ୍ବ ନ କରି ସେ ଏପରି ପ୍ରସଙ୍ଗକୁ ବଦଳାଇ ଅନ୍ୟ କଥା ଆଲୋଚନା କରୁଛନ୍ତି। ‘ମୁଁ କେବେ ବିବାହ କରିବି, କାହାକୁ ବିବାହ କରିବି-ଏ ନେଇ ଅନେକ ଦିନ ହେବ ଆଲୋଚନା ହେଉଛି। ଏ ସମ୍ପର୍କରେ ପୂର୍ବରୁ ମୁଁ ଯାହା କହିଥିଲି ତାହାକୁ କେବଳ ଦୋହରାଉଛି। ବର୍ତ୍ତମାନ ମୋର ମ୍ୟାରେଜ୍‌ କରିବାକୁ ସମୟ ହୋଇନାହିଁ। ମୋ ମତରେ ଏଭଳି ବିଷୟରେ ବର୍ତ୍ତମାନ ଆଲୋଚନା ନ କଲେ ଭଲ। ଯେତେବେଳେ ସେ ସମୟ ଆସିବ ସେତେବେଳେ ମୋ ପଟରୁ ମୁଁ ଜଣାଇ ଦେବି ବୋଲି କହିଛନ୍ତି କ୍ୟାଟ୍ରିନା।’ ଶୁଣିବାକୁ ମିଳୁଛି ଯେ, ଅଭିନେତା ଭିକି କୌଶଲଙ୍କ ସହ ତାଙ୍କର ଏବେ ଆଫେୟାର୍ସ ଚାଲିଛି। କେବଳ ସେତିକି ନୁହେଁ, ଖୁବ୍‌ଶୀଘ୍ର ଦୁହେଁ ଗୋଟିଏ ସିନେମାରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି। ତେବେ କ୍ୟାଟ୍ରିନା କେବେ ହାତକୁ ଦି’ହାତ ହେବେ ଏବଂ କାହା ସହ ଘରସଂସାର କରିବେ ତାହା ଆଗାମୀ ସମୟ ହିଁ କହିବ।

Share