ସରକାରକଁର ସ୍ବଚ୍ଛ ଭାରତ ଅଭିଯାନ ବାଟବନା:ପାଇଖାନା ତିଆରି ନାଁରେ ଟଁକା ହଡ଼ପ

ଜାମଟିକ୍ରା, ୩୧।୫ (ଡି.ଏନ.ଏ): ପରିବେଶକେ ସାଫ୍‌ ସୁତର ରଖ୍‌ବାର ଲାଗି କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କାଯ୍‌କାରୀ କରି କୋଟି କୋଟି ଟଁକା ସାରୁଛନ୍‌। ଇ ଯୋଜନାରେ ଗଁାଗଁଲିରୁ ସହରତକ୍‌ ଲୁକ୍‌କୁ ଘରେ ପାଇଖାନା ତିଆର କରବାର ଲାଗି ୧୨ ହଜାର ଟଁକା ଯୁଗେଇ ଦିଆଯାଉଛେ। ଆମର ରାଏଜେ ଇ ଯୋଜନାକେ ରାଜ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜରିଆରେ କରାଯାଉଛେ। ହେଲେ ବିଭାଗୀୟ ଅଧ୍‌କାରୀମାନକର ଲଁାଚୁଆ ମନଭାବ ଲାଗି ଅନେକ ଜାଗାରେ ଯୋଜନା ବାଟବନା ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକରେ।
ସୂଚନା ହିସାବେ ସ୍ବଚ୍ଛ ଭାରତ ଅଭିଯାନରେ ଅତାବିରା ବ୍ଲକରେ ଅନେକ ଗଁାରେ ପାଇଖାନା ତିଆର କରାଯାଇଛେ। ହେଲେ ପାଇଖାନା ଏତେ ହଲକା କିସମର ହେଉଛେ ଯେ, ପାଖାପାଖି ୯୦ ଭାଗ ପାଇଖାନା ବେଭାର କଲା ଅବସ୍‌ତାରେ ନଁାଇଁନ। ଇତାର ଗୁଟେ ଫଟିକ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକର ବୁଗବୁଗା ପଁଚେତ୍‌ ଖଲିଆପାଲି କୁଡ଼ାପଡ଼ାରେ। ଇଠାନେ ତିଆର ହେଇଥିବାର ପାଇଖାନାମାନ ହିତାଧିକାରୀମାନେ ବେଭାର କରି ନାଇଁପାରୁଥିବାର ଅଭିଯୋଗ କରିଛନ୍‌। ଅନେକ୍‌ ହିତାଧିକାରୀ ତିଆରି ହେଇଥିବାର ନୂତନ ପାଇଖାନା ଘରେ କାଠ୍‌ଖୁଁଟ, ଘରର ସାମାନ, କୁକ୍‌ରା ରଖୁଥିବାର ଦେଖ୍‌ବାକେ ମିଲୁଛେ। ଥାନୀୟ ଠିକାଦାର ଆର ବିଭାଗୀୟ ଅଧ୍‌କାରୀମାନେ ମିଶିଗୁଲି ନାନା ଉପେ କରି ଯୋଜନାରୁ ଟଁକା ଖାଉଥିବାର ଅଭିଯୋଗ ହେଉଛେ। ଏନ୍‌ତା କି ବିନା ପାଇଖାନା ତିଆରିରେ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ସୁରେନ୍ଦ୍ର କଠାରକଁର ପାଇଖାନା ବାବ୍‌ଦେ ଥାନୀୟ ଠିକାଦାର ଆର ବିଭାଗୀୟ କନିଷ୍ଠଯନ୍ତ୍ରୀ ଟଁକା ଖାଇ ଦେଇଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରଲାରୁ ଅଂଚଲର ଦାଇତିଅରେ ଥିବାର ବିଭାଗୀୟ ଜେଇ ସୁରେନ୍ଦ୍ରକୁଁ ଡକେଇ ୧୨ ହଜାର ଟଁକା ଫିରେଇଥିବାର ଜନାଯାଇଛେ। ଅଂଚଲରେ ସୁରେନ୍ଦ୍ରକଁର ଲେଖେଁ ଆହୁରି ଅନେକ ଲୁକ୍‌କର ନଁାରେ ଫରଜି କରି ଟଁକା ହଡ଼ପ କରାଯାଇଥିବାର ଅଂଚଲବାସୀ ସଁଧେ କରୁଛନ୍‌। ସରକାର ପାଇଖାନା ତିଆର ଲାଗି ହିତାଧିକାରୀକୁଁ ୧୨ ହଜାର ଟଁକା ଦେଉଥିଲାବେଲେ ସେଥ୍‌ରୁ ଠିକାଦାର ଆର ଜେଇ ଅଂଘେ ୩ ହଜାର ଟଁକା ଖାଇଯାଉଥିବାର କେତେ ହିତାଧିକାରୀ କହିଛନ୍‌। ବାକି ୯ ହଜାର ଟଁକାରେ କେନ୍‌ କିସମର ପାଇଖାନା ତିଆର ହେଉଥିବାର ଇଥ୍‌ରୁ ଫଟିକ୍‌ ବୁଝାପଡ଼ୁଛେ। ଇ ବାବ୍‌ଦେ ଖଲିଆପାଲି କୁଡ଼ାପଡ଼ାର ଝନେ ହିତାଧିକାରୀ ଅଜିତ ରଣାକୁଁ ପଚରାଲାରୁ ବିଭାଗ ତରଫୁ ମୋର ଘରେ ପାଇଖାନା ତିଆର କରାଯାଇଛେ। ହେଲେ ସେଟା ଏତେ ହଲକା କିସମର କାମ ହେଇଛେ ଯେ ବେଭାର କରି ନାଇଁ ହେବାର। ସେଥିରଲାଗି ମୁଇଁ ଘରର ଜିନିଷପାତି ରଖାସଂଗା କରୁଛେଁ। ଆମର ଅଂଚଲରେ ପାଇଖାନା ତିଆରିରେ ବଡ଼ଭାରି ଜାଲିଆତି, ଦୁରନୀତି ହେଇଛେ, ଭିଜିଲାନ୍ସ ବିଭାଗ ଇତାର ତଦଁତ୍‌ ଭାର ଦେବାର କଥା ବଲି ସେ ଦାବି କରିଛନ୍‌। ସେନ୍‌ତା ଅନେକ ହିତାଧିକାରୀ ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଆର ଜିଲାପାଲ ଦୁରୁଷ୍‌ଟି ଦେଇ କଡ଼ା ପଦକ୍ଷେପ ନେବାକେ ଦାବି କରିଛନ୍‌।