ସରକାରଙ୍କୁ ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ସବୁ ହସ୍ପିଟାଲ – ତଥ୍ୟ ନ ଦେଲେ ବ୍ୟାଜ୍ୟାପ୍ତ ହେବ ଲାଇସେନ୍ସ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସିଥିବା ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ। ଯଦି ସେମାନଙ୍କ ନିକଟକୁ ଶ୍ୱାସ କଷ୍ଟ ପାଉଥିବା ବ୍ୟକ୍ତି ଓ ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଆସିଥିବେ, ତେବେ ତାଙ୍କର ସମସ୍ତଦ ବିବରଣୀ ସରକାରଙ୍କୁ ଦେବାକୁ ପଡ଼ିବ। ଏନେଇ ଶନିବାର କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚି କହିଛନ୍ତି ।
ସେ କହିଛନ୍ତି, ଏଥିରେ ଯଦି ଅନ୍ୟଥା ହୁଏ ତାହେଲେ ସରକାରଙ୍କ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏଥିରେ କୌଣସି ହସ୍ପିଟାଲ ଢିଲା କରିବେ, ତେବେ ଉକ୍ତ ହସ୍ପିଟାଲକୁ ସିଲ୍ କରିବା ସହ ଲାଇସେନ୍ସ ମଧ୍ୟ ବ୍ୟାଜ୍ୟାପ୍ତ କରାଯିବ ବୋଲି ବାଗ୍‌ଚୀ ଚେତାବନୀ ଦେଇଛନ୍ତି।

Share