Categories: ବାଣିଜ୍ୟ

ସରକାରଙ୍କୁ ୫୦ ହଜାର କୋଟି ଦେଇ ପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୧୫-୭: ସରକାର ରିଜର୍ଭ ବ୍ୟାଙ୍କଠାରୁ ୫୦ ହଜାର କୋଟି ଟଙ୍କା ଲାଭ କରି ପାରନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସରକାରଙ୍କୁ ଏହି ଅର୍ଥ ପ୍ରଦାନ ନେଇ କେନ୍ଦ୍ରୀୟ ବ୍ୟାଙ୍କକୁ ସୁପାରିସ କରିପାରନ୍ତି। ରିଜର୍ଭ ବ୍ୟାଙ୍କ କଣ୍ଟିନଜେନ୍ସି ପାଣ୍ଠିରୁ ଉକ୍ତ ପ୍ରଦାନ ନେଇ କମିଟି କହିପାରେ। କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ରହିଥିବା ଜରୁରିକାଳୀନ ପାଣ୍ଠିକୁ ନେଇ କମିଟି ବର୍ତ୍ତମାନ ବିଚାର କରୁଛି। ରିଜର୍ଭ ବ୍ୟାଙ୍କ ନିକଟରେ ୯.୬ ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ପାଣ୍ଠି ରହିଛି। ସେଥିରୁ ସରକାର ପ୍ରାୟ ୨.୩୨ ଲକ୍ଷ କୋଟି ଟଙ୍କା ଚାହୁଁଛନ୍ତି। କମିଟି ଏହାର ରିପୋର୍ଟ ଚଳିତ ସପ୍ତାହରେ ରିଜର୍ଭ ବ୍ୟାଙ୍କକୁ ପ୍ରଦାନ କରିବ। ସରକାରଙ୍କୁ ୫୦ ହଜାର କୋଟି ଦେବାକୁ କମିଟି କହିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।

Share