Categories: ଜାତୀୟ

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ଗ୍ଲୋବାଲ ନିବେଶକ ସମ୍ମିଳନୀ-୨୦୧୯ରେ ଯୋଗଦେଇ ସେ ଏଭଳି କହିଛନ୍ତି। ସରକାରଙ୍କ ପକ୍ଷରୁ ଉଦ୍ୟୋଗ ବିକାଶ ପାଇଁ ବିଭିନ୍ନ ନିୟମର ପ୍ରଣୟନ କରାଯାଇଛି। ତେବେ ବେଳେବେଳେ ଏହା ନକାରାତ୍ମକ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି କେତେକ ଅନାବଶ୍ୟକ ନିୟମକୁ ଉଚ୍ଛେଦ କରାଯିବା ଲାଗି ସରକାର ଚିନ୍ତା କରୁଛନ୍ତି। ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ ବଜାର ଦ୍ୱାରା ହିଁ ଘରୋଇ ଉତ୍ପାଦ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ସେ କହିଛନ୍ତି।

Share