ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସେଟଲ୍ମେଣ୍ଟ ଅଫିସରଙ୍କ ତ୍ରୁଟି ଯୋଗୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୩ଟି ଗଁ।ର ସାଧାରଣ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଗତ ଫେବୃୟାରୀ ୧୧ରେ ରାଜ୍ୟପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିବା ସହ ତାଙ୍କ ହସ୍ତକ୍ଷେପ ଲୋଡିଥିଲୁ। ୬ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବୁ ବୋଲି ଲିଖିତ ଆକାରରେ ରାଜ୍ୟପାଳଙ୍କୁ ଜଣାଇଥିଲୁ। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ଲାଭ ମିଳିଲା ନାହିଁ। ତେଣୁ ସେହି ନିଷ୍ପତ୍ତି ଅନୁଯାୟୀ ଜଟଣୀବାସୀ ସ୍ଥିର କରିଛନ୍ତି ଯଦି ଆସନ୍ତା ୬ମାସରେ ସେମାନଙ୍କ ସମସ୍ୟାର ସମାଧାନ ନ ହୁଏ ତେବେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦିଆଯିବ ବୋଲି ସୁରେଶ ଚେତାବନୀ ଦେଇଛନ୍ତି।