Categories: ଜାତୀୟ

ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ

ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ନଗଦ ଉଠାଣ ହୋଇଥିବା କୁହାଯାଉଛି। ଏହି ଜମା ଖାତାଗୁଡ଼ିକ ମଧ୍ୟରୁ କେତେକରେ ପାନ୍‌ ନମ୍ବର ଭୁଲ ଥିବାର ଜଣାପଡ଼ିଛି। ସେହିପରି କେତେକ ଜମା ଖାତାରେ ପାନ୍‌ ନମ୍ବର ଦିଆଯାଇ ନ ଥିବା ଜଣାପଡ଼ିଛି। ନୂଆ ବଜେଟ୍‌ ଅନୁସାରେ ଏଭଳି ଜମା ଖାତାଉପରେ ୨ ପ୍ରତିଶତ ଟିଡିଏସ୍‌ ଲାଗୁ ହେବ। କିଛି ଜମା ଖାତାରେ ବେଆଇନ ଭାବେ ଦେଣନେଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

Share