ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ: ଖୋଲା ଥିବା ସ୍କୁଲ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗଠନ ହେଲା ସ୍କ୍ବାଡ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଦେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍କୁଲ ଖୋଲାଥିବା ନେଇ ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସ୍କୁଲ ବିଷୟରେ ତଦନ୍ତ କରିବା ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ବ୍ଲକ ଶିକ୍ଷାଧିକାରୀ ସ୍କ୍ବାଡ ଗଠନ କରିଛନ୍ତି। ସେମାନେ ସ୍କୁଲ ଖୋଲା ଥିବା ନେଇ ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ପ୍ରକାଶଯେ, କରୋନାକୁ ପ୍ରତିରୋଧ କରିବାକୁ ନେଇ ସତର୍କତାମୂଳକ ପଦକ୍ଷେପ ଏବଂ କଟକଣା ମାର୍ଚ୍ଚ ୩୧ ଯାଏ ଲାଗୁ କରିଥିଲେ। ଏବେ ଏହି ରେଗୁଲେଶନ ଅବଧିକୁ ଆସନ୍ତା ଏପ୍ରିଲ ୧୫ ଯାଏ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଥିଲେ। ତେବେ ମାର୍ଚ୍ଚ ୧୩ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶାନାମାରେ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ଆଦି ବନ୍ଦ ଘୋଷଣା କରିଥିଲେ।

Share