ସରକାରଙ୍କ ନିଷ୍ପତ୍ତି: ଗ୍ରୀନ୍‌ ଜୋନ୍‌ରେ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌, ଦୁଇଗୁଣା ଭଡ଼ା ଦେବେ ଯାତ୍ରୀ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ହେଲେ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ପୁଣି ଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସାଧାରଣ ଯାତ୍ରୀଙ୍କ ପାଇଁ ଗୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଗଡ଼ିବ। ଗ୍ରୀନ୍‌ ଜୋନ୍‌ରେ ଓଏସ୍‌ଆର୍‌ଟିସି ବସ୍‌ ଚାଲିବ। ବସ୍‌ରେ ୫୦% ଯାତ୍ରୀ ଯାଇପାରିବେ। ଘରୋଇ ବସ୍‌ ମାଲିକ ରାଜି ନ ହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ସୂଚନା ଦେଇଛନ୍ତି । ବସ୍‌ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ। ହେଲେ ଯାତ୍ରୀଙ୍କୁ ଦୁଇଗୁଣା ଭଡ଼ା ଦେବାକୁ ପଡ଼ିବ। ସରକାରୀ କର୍ମଚାରୀଙ୍କ ପାଇଁ ଏବେ ଗୋଟିଏ ବସ୍‌ ଚାଲିଛି। ଆଗକୁ ଅଧିକ ବସ୍‌ ଚାଲିବ, ରେଡ୍‌ ଜୋନ୍‌ ଦେଇ କିନ୍ତୁ ବସ୍‌ ଯିବନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Share