Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହୋଇଛନ୍ତି। ବର୍ତ୍ତମାନ ଆଧାରକାର୍ଡ ତିଆରି କରିବାକୁ ଆବେଦନକାରୀଙ୍କୁ ଏନ୍‌ଆର୍‌ସି (No remarks Certificate) ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ବିସ୍ତୃତ ମାନକ ଅପରେଟିଂ ପଦ୍ଧତି (ଏସ୍‌ଓପି) ପ୍ରସ୍ତୁତ ହେବ ଏବଂ ଏହା ୧ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସର ଆବେଦନ ରସିଦ ନମ୍ବର ଦାଖଲ କରିବା ବେଆଇନ ବିଦେଶୀଙ୍କ ପ୍ରବାହକୁ ବନ୍ଦ କରିବ ଏବଂ ଆଧାରକାର୍ଡ ପ୍ରଦାନରେ ରାଜ୍ୟ ସରକାର କଡ଼ା କାର୍ଯ୍ୟ କରିବେ। ଆଧାରକାର୍ଡ ପାଇଁ ଆବେଦନ ଜନସଂଖ୍ୟା ତୁଳନାରେ ବହୁତ ଅଧିକ, ଯାହା ଦର୍ଶାଏ ଯେ, ରାଜ୍ୟରେ ସନ୍ଦେହଜନକ ନାଗରିକ ଅଛନ୍ତି। ସେଥିପାଇଁ ଆସାମ ସରକାରଙ୍କୁ ଆଧାରକାର୍ଡ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର ଦାଖଲ କରିବାକୁ ପଡ଼ିବ।

ଆସାମର କେତେକ ନିର୍ଦ୍ଦିଷ୍ଟ ଜିଲାରେ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଲୋକ ଆବେଦନ କରିଥିଲେ। ସେଥିପାଇଁ ଯେଉଁମାନଙ୍କର ଏନ୍‌ଆର୍‌ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ବର୍ତ୍ତମାନ ଆସାମରେ ଆଧାରକାର୍ଡ ପାଇବା ସହଜ ହେବ ନାହିଁ। ଆଧାରକାର୍ଡ ପ୍ରଦାନରେ ଅନ୍ୟ ରାଜ୍ୟ ମଧ୍ୟ କଡ଼ା କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ୯.୫୫ ଲକ୍ଷ ଲୋକଙ୍କ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ ହେବ ନାହିଁ, ଯାହାର ବାୟୋମେଟ୍ରିକ୍ସ ଏନ୍‌ଆର୍‌ସି ପ୍ରକ୍ରିୟା ସମୟରେ କରାଯାଇଥିଲା। ସେହିମାନେ ସେମାନଙ୍କ କାର୍ଡ ପାଇବେ। ଚା’ ଚାଷ କ୍ଷେତ୍ରରେ ମଧ୍ୟ ଏହି ପ୍ରକ୍ରିୟା ପ୍ରଯୁଜ୍ୟ ହେବ ନାହିଁ କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ ମେଶିନ ଉପଲବ୍ଧ ନ ହେବା ଭଳି କିଛି ଅସୁବିଧା ହେତୁ ସେଠାରେ ଥିବା ଲୋକମାନେ ଆଧାର କାର୍ଡ ପାଇନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏପରି ଚାରୋଟି ଜିଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି। ଏହି ୪ ଜିଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି। କୌଣସି ବ୍ୟକ୍ତିଙ୍କୁ ଆଧାର କାର୍ଡ ଦିଆଯାଇପାରିବ କି ନାହିଁ ତାହା ସ୍ଥିର କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅଧିକାର ପ୍ରଦାନ କରିଛି। ଏଭଳି ପରିସ୍ଥିତିରେ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ନୂତନ ଆବେଦନକାରୀଙ୍କୁ ଆଧାରକାର୍ଡ ପ୍ରଦାନ କରାଯିବ ଯେତେବେଳେ ସମ୍ପୃକ୍ତ ଜିଲା କମିଶନରଙ୍କ ଦ୍ୱାରା ଏନ୍‌ଓସି ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ ମଧ୍ୟ ଅତି ନିକଟରୁ ଯାଞ୍ଚ କରାଯିବ। ଯଦି ଆବେଦନକାରୀଙ୍କ ପାଖରେ ଏନ୍‌ଆର୍‌ସି ଥାଏ, ଏହା ସ୍ପଷ୍ଟ ହୋଇଯାଏ ଯେ; ସେ ୨୦୧୪ ପୂର୍ବରୁ ରାଜ୍ୟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri