ସରକାରଙ୍କ ବିରୋଧରେ ପ୍ରଦର୍ଶନ: ଏକ ମାସରେ ୩୧୯ ମୃତ; ୧୫ ହଜାରରୁ ଅଧିକ ଆହତ

ବାଗଦାଦ୍‌,୧୧।୧୧: ସରକାରଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଇରାକ୍‌ରେ ଗତ ଏକମାସ ଧରି ଲୋକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ହୋଇ ୩୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୁର୍ନୀତି, ବେକାର ସମସ୍ୟା ଏବଂ ଆର୍ଥିକ ସୁଧାର ଆଦି ଦାବି ନେଇ ସରକାର ବିରୋଧୀ ପ୍ରଦର୍ଶନ ଦେଶବ୍ୟାପି ଜାରି ରହିଛି। ଏସବୁ ଦାବି ଉପରେ ଶୀଘ୍ର ବିଚାର କରାଯିବ ବୋଲି ଇରାକ ପ୍ରଧାନମନ୍ତ୍ରୀ ଆଦିଲ୍‌ ଅବଦୁଲ୍‌ ମାହଦି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୩ଠାରୁ ଦେଶର ଆର୍ଥିକ ସ୍ଥିତି ସଙ୍କଟ ହୋଇଥିବା କୁହାଯାଉଛି।

Share