Categories: ଜାତୀୟ

ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ କୁହାଯାଉଛି ରାଷ୍ଟ୍ର ବିରୋଧୀ: ଶବାନା ଆଜ୍‌ମୀ

ଇନ୍ଦୋର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଅଭିନେତ୍ରୀ ଶବାନା ଆଜ୍‌ମୀ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଇନ୍ଦୋରରେ ଆୟୋଜିତ ଏକ ସଭାରେ ଯୋଗଦେଇ କହିଛନ୍ତି ଯେ, ସମ୍ପ୍ରତି ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ ରାଷ୍ଟ୍ର ବିରୋଧୀ କୁହାଯାଉଛି। ଗଣତାନ୍ତ୍ରିକ ଦେଶରେ ଶାସକ ଏବଂ ବିରୋଧୀ ରହିବା ନିଶ୍ଚିତ। ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତା ପ୍ରକାଶ କରିବା ସାଧାରଣ କଥା। ମାତ୍ର ଏବେ ଏଭଳି ହେଉନାହିଁ। ସରକାରଙ୍କ ସମାଲୋଚନା କରିବା ପୂର୍ବରୁ ଏବେ ଚିନ୍ତା କରିବାକୁ ପଡୁଛି। ଏହା ଦେଶର ହିତ ପାଇଁ କେବେ ମଧ୍ୟ ଅନୁକୁଳ ନୁହେଁ ବୋଲି ଶାବନା କହିଛନ୍ତି। ସୂଚନାଯୋଗ୍ୟ, ଏହି ସଭାରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ।

Share