ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍‌ କରିଛନ୍ତି ଜୁମ୍‌ ଆପ୍‌

ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ଡାଉନଲୋଡ଼୍‌ ନ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଏପ୍ରିଲ୍‌ ମାସରେ ଭାରତରେ ଏହାର ସର୍ବାଧିକ ଡାଉନ୍‌ଲୋଡ୍‌ କରାଯାଇଥିବା ସେନସର୍‌ ଟାଓ୍ବାର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ୱାରା ସ୍କୁଲ୍‌, କଲେଜର ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିଛି। ପୃଥିବୀରେ ବିଭିନ୍ନ ଦେଶରେ କରାଯାଇଥିବା ଏହି ଆପ୍‌ର ମୋଟ ଡାଉନ୍‌ଲୋଡ୍‌ ମଧ୍ୟରୁ ଭାରତରେ ଏହା ୧୮.୨ ପ୍ରତିଶତ ରହିଛି। ସେହିପରି ଆମେରିକାରେ ଏହା ୧୪ ପ୍ରତିଶତ ରହିଛି। ଏହି ଆପ୍‌ର ବ୍ୟବହାର ଦ୍ୱାରା ଗୁପ୍ତ ତଥ୍ୟ ଚୋରି ହେଉଥିବାର ଆଶଙ୍କା ଥିବା ଦର୍ଶାଇ ଭାରତ ସରକାରଙ୍କ ପକ୍ଷରୁ ଡାଉନଲୋଡ୍‌ ନ କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।

Share