ବେଙ୍ଗାଲୁରୁ,୨୮।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବିଏସ୍ ୟେଦୁରପ୍ପା କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛୁ। ଏବେ ପ୍ରଶ୍ନ ଉଠିଛି କି ୟେଦୁରପ୍ପା ସରକାରରେ ତାଙ୍କ ପରିବାର ସାମିଲ ହେବେ ନା ନାହିଁ। ହେଲେ ତାଙ୍କ ପୁଅ ବଡ ପୁଅ ଉମାଦେବୀ ପିତାଙ୍କ ରାଜନୀତି ଉପରେ ଆଦୌ ମୁଣ୍ଡ ଖେଳାଇବେ ନାହିଁ ବୋଲି କହିଛନ୍ତି। ତାଙ୍କର ଅନ୍ୟ ଏକ ପୁଅ ବିଜେନ୍ଦ୍ର ଯଦିଓ କର୍ନାଟକ ମେଣ୍ଟ ସରକାର ଭାଙ୍ଗିବାରେ ଭାଜପାକୁ ସାହାଯ୍ୟ କରିଥିଲେ ଏଥର କିନ୍ତୁ ଭାଜପାର ବରିଷ୍ଠ ନେତାଙ୍କ ପରାମର୍ଶ କ୍ରମେ ସେ କର୍ନାଟକ ସରକାରରେ ହସ୍ତକ୍ଷେପ କରିବେ ନାହଁି ବୋଲି କହିଛନ୍ତି। କାରଣ ଯଦି ସେ ଏଥିରେ ହସ୍ତକ୍ଷେପ କରନ୍ତି ତେବେ ଏହା ଉଭୟ ପିତା ୟେଦୁରପ୍ପା ଓ ଦଳ ପାଇଁ କ୍ଷତିକାରକ ହେବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି। ସେହିପରି ୟେଦୁରପ୍ପାଙ୍କ ଝିଅମାନେ ମଧ୍ୟ ଏହି ରାଜନୀତିରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କର୍ନାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ଗତ ଶୁକ୍ରବାର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୯ ତାରିଖରେ ସେ ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାର କାର୍ଯ୍ୟକ୍ରମ ରହିଛି।