Categories: ଜାତୀୟ

ସରକାରର ଶହେ ଦିନ ପୂରଣ ପରେ ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ!

ମୁମ୍ବାଇ,୨୨।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରଙ୍କୁ ଶହେ ଦିନ ପୂରଣ ପରେ ସେ ଅଯୋଧ୍ୟା ଗସ୍ତ କରିବେ ବୋଲି କୁହାଯାଉଛି। ତେବେ ଆସନ୍ତା ମାର୍ଚ୍ଚ ୭ରେ ଶହେ ଦିନ ପୂରଣ ହେଉଥିବାରୁ ସେହିଦିନ ଉଦ୍ଧବ ଅଯୋଧ୍ୟା ଗସ୍ତ କରି ରାମଲାଲାଙ୍କ ଦର୍ଶନ କରି ଆଶୀର୍ବାଦ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ସବୁବେଳେ ଶିବସେନା ତଥା ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ ସୁପ୍ରିମକୋର୍ଟ ଅୟୋଧ୍ୟା ମାମଲାର ଶୁଣାଣି କରି ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେବା ପରେ ଉଦ୍ଧବ ଅଯୋଧ୍ୟା ଗସ୍ତ କରିବେ ବୋଲି କହିଥିଲେ। ହେଲେ ଏପର୍ଯ୍ୟନ୍ତ ସେ ଅଯୋଧ୍ୟା ଗସ୍ତ କରିପାରି ନାହାନ୍ତି।

Share