ସରକାରୀ ଉଚ୍ଚ ପଦପଦବୀରେ ଅବସ୍ଥାପିତ କେତେକ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମ୍ପର୍କରେ..
ମହେନ୍ଦ୍ର ସିଂ ଧୋନୀ
ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ଅଧିନାୟକ। ସେ ୨୦୧୧ରେ ଭାରତକୁ ଏକଦିବସୀୟ ଏବଂ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଛନ୍ତି। ଧୋନୀ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ କଲୋନେଲ ପଦରେ ଅଛନ୍ତି ।
ସଚିନ ତେନ୍ଦୁଲକର
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭାରତୀୟ ବାୟୁ ସେନାରେ ଗ୍ରୁପ କ୍ୟାପଟେନ ପଦରେ ଅଛନ୍ତି।
ହରଭଜନ ସିଂ
ଭାରତର ସବୁଠୁ ସଫଳ ଅଫ୍ ସ୍ପିନର ହରଭଜନ ସିଂ ପଞ୍ଜାବ ପୋଲିସରେ ଡିଏସପି ପଦରେ ଅଛନ୍ତି।
ଉମେଶ ଯାଦବ
ଭାରତୀୟ ଟିମର ଫାଷ୍ଟ ବୋଲର ଉମେଶ ଯାଦବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି।
ୟୁଜବେନ୍ଦ୍ର ଚହଲ
ନିଜ ସ୍ପିନରେ ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରୁଥିବା ବୋଲର ୟୁଜବେନ୍ଦ୍ର ଚହଲ ଆୟକର ବିଭାଗରେ ଇନ୍ସପେକ୍ଟର ପଦରେ ଅଛନ୍ତି ।
ଯୋଗିନ୍ଦର ଶର୍ମା
ଭାରତକୁ ପ୍ରଥମ ଟି୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୋଗିନ୍ଦର ଶର୍ମା ହରିୟାଣା ସରକାରରେ ଡିଏସପି ପଦବୀରେ ଅଛନ୍ତି।