ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କଲେ କନ୍ଧମାଳ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରୀଛାତ୍ର ଅତିଥିଙ୍କୁ ସ୍ବାଗତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ,ସରପଞ୍ଚ ନିର୍ମାତା ପ୍ରଧାନ, ସମିତିସଭ୍ୟା ବିନୁରୀ ପ୍ରଧାନ, ବିଇଓ ବ୍ରହ୍ମାନନ୍ଦ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିିର୍ବାହୀ ଯନ୍ତ୍ରୀ ଏସ୍‌ ସୁବ୍ରମନ୍ୟମ,ସହକାରୀ ନିର୍ବାହୀଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଏମ୍‌ପି ଏବଂ ବିଧାୟକଙ୍କୁ ଅବଗତ କରାଯାଇଛି।

Share