ସରକାରୀ କଟକଣାର ଖୋଲା ଉଲ୍ଲଂଘନ: ବଜାରରେ ଅସମ୍ଭବ ଭିଡ଼

ସୁନ୍ଦରଗଡ଼/ସବ୍‌ଡେଗା,୧୫ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଥିବା ସରକାରୀ କଟକଣାର କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବଜାରରେ ଏଥିରେ ବ୍ୟତିକ୍ରମ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ସବ୍‌ଡେଗାର ରାସ୍ତା ଉପରେ ବସୁଥିବା ସାପ୍ତାହିକ ବଜାରରେ କୌଣସି ସାମାଜିକ ଦୂରତା ରହୁନାହିଁ। ଏ ଦିଗରେ ସ୍ଥାନୀୟ ପ୍ରଶାସନର ମଧ୍ୟ କୌଣସି ଦୃଷ୍ଟି ନ ପଡ଼ିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି।