Posted inଜାତୀୟ

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଆଜିର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି।

ଏଥର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ସେମାନଙ୍କର ଅକ୍ଟୋବର ବେତନରେ ଏକ ବୃହତ ବୃଦ୍ଧି ପାଇବେ କାରଣ ୨୦୨୪ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରନ୍ତି। ଏହି ବର୍ଷ ଅର୍ଥାତ୍‌ ୨୦୨୪ ଜାନୁଆରୀରେ ଡିଏ ୪% ବୃଦ୍ଧି ପାଇଥିଲାବେଳେ ଜୁଲାଇ ପାଇଁ ଡିଏ ବୃଦ୍ଧି କରିବାର ନିଷ୍ପତ୍ତି ଆଜି ଅନୁଷ୍ଠିତ ବୈଠକରେ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି...

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର...

‘ପ୍ରତିଟି ଭାରତୀୟ ଆପଣଙ୍କ ନିକଟରେ ଋଣି ରହିବେ’, ଭାଇରାଲ ହେଉଛି ରତନ ଟାଟାଙ୍କ ଏମିତି ଏକ ଚିଠି

ନୂଆଦିଲ୍ଲୀ,୧୬।୧୦: ଦେଶର ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪)ରେ ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri