ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା, ଜୁଲାଇରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଛି। ମଙ୍ଗଳବାର ମହଙ୍ଗା ଭତ୍ତାକୁ ୫% ବୃଦ୍ଧି କରାଯାଇଛି। ଏହା ଏବେ ୧୨%ରୁ ବୃଦ୍ଧି ପାଇ ୧୭% ହୋଇଛି। ରାଜ୍ୟ ସରକାରୀ କର୍ମଚାରୀମାନେ ପିଛିଲା ଭାବେ ଏହି ମହଙ୍ଗା ଭତ୍ତା ପାଇବେ। ୨୦୧୯ ଜୁଲାଇରୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଭାବେ ଲାଗୁ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରିଥିଲେ। ଏହା ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ସରକାର ସୂଚନା ଦେଇଥିଲେ। ଫଳରେ ଏହାକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କର୍ମଚାରୀମାନେ ଏହାକୁ ନେଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ୫-ଟି ସଚିବ ଏନେଇ ଅନୁଧ୍ୟାନ କରିବାକୁ କହିବା ପରେ ଆନ୍ଦୋଳନ ଡାକରା ସ୍ଥଗିତ ରହିଥିଲା। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସାଢ଼େ ୩ ଲକ୍ଷ କର୍ମଚାରୀ ଉପକୃତ ହେବେ।

Share