Categories: ଜାତୀୟ

ସରକାରୀ କୋଭିଡ ହସ୍ପିଟାଲକୁ ମିଳିବ ୫୦ ହଜାର ସ୍ବଦେଶୀ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୩।୬: ପିଏମ୍‌ କେୟାର୍ସ ଫଣ୍ଡ ଜରିଆରେ ଦେଶର ସରକାରୀ କୋଭିଡ ହସ୍ପିଟାଲକୁ ୫୦,୦୦୦ ‘ମେଡ ଇନ୍‌ ଇଣ୍ଡିଆ’ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ପିଏମ୍‌ କେୟାର୍ସ ଫଣ୍ଡରୁ ୨ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସେହିପରି ଏହି ଫଣ୍ଡରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୧ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏବେସୁଦ୍ଧା ୨,୯୨୩ଟି ଭେଣ୍ଟିଲେଟର ପ୍ରସ୍ତୁତ କରାଯାଇଥିବା ବେଳେ ୧,୩୪୦ ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି। ଜୁନ୍‌ ଶେଷ ସୁଦ୍ଧା ପାଖାପାଖି ୧୪ ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯିବାକୁ ଯୋଜନା ରହିଛି।

Share