Categories: ଜାତୀୟ

ସରକାରୀ ଗାଡ଼ି ଚଳାଇବେ ମହିଳା ଡ୍ରାଇଭର

ଥିରୁଭାନନ୍ତପୁରମ,୨୨।୮: କେରଳ ସରକାର ଏବେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। କେରଳରେ ଏଣିକି ସରକାରୀ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବା ଗାଡ଼ିରେ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏଠାରେ ସରକାରୀ କାର୍ଯ୍ୟାଳୟରେ ଥିବା ଗାଡ଼ି ପାଇଁ କେବଳ ପୁରୁଷ ପ୍ରାର୍ଥୀଙ୍କୁ ମନୋନିତ କରାଯାଉଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ନିକଟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ସାର୍ବଜନିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ ମହିଳା ଡ୍ରାଇଭର ନିଯୁକ୍ତ ହେବେ। ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା କୁହାଯାଇଛି।

Share