ସରକାରୀ ଚାକିରି ଲାଗି ବୟସସୀମା ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରି କ୍ଷେତ୍ରରେ ବୟସସୀମା ୪୩ରୁ ୪୪ କରାଯାଉ। ଏହାଦ୍ୱାରା ବେକାରିମାନଙ୍କୁ ନିଯୁକ୍ତି ମିଳିପାରିବ। ଦୀର୍ଘ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଉପକୃତ ହୋଇପାରିବେ। ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଗୋଆରେ ସରକାରୀ ଚାକିରି ଲାଗି ସର୍ବୋଚ୍ଚ ବୟସସୀମା ୪୫ କରାଯାଇଥିବା ବେଳେ ତେଲେଙ୍ଗାନାରେ ୪୪, ଉତ୍ତରପ୍ରଦେଶରେ ୪୦, ଆନ୍ଧ୍ରପ୍ରଦେଶରେ ୪୨, ରାଜସ୍ଥାନରେ ୪୦, ପଶ୍ଚିିମବଙ୍ଗରେ ୪୦ କରିଛନ୍ତି। ପିଲାମାନେ ବାପମା’ଙ୍କ ଉପରେ ବୋଝ ପାଲଟିଛନ୍ତି। ବେକାରିପିଲାଙ୍କ ନିଯୁକ୍ତି ଲାଗି ବୟସ ସୀମା ବଢ଼ାଇଲେ ନିଯୁକ୍ତି ମିଳିପାରିବ। ଓଡ଼ିଶା ଲୋକ ସଭା ଆୟୋଗ ଏହି ନିୟମରେ ସାଧାରଣବର୍ଗଙ୍କ ପାଇଁ ୩ଥର, ଓବିସିଙ୍କ ପାଇଁ ୭ଥର ଏବଂ ଏସ୍‌ସି ଏସ୍‌ଟିଙ୍କ ପାଇଁ କୌଣସି ବୟସ ସୀମା ଧାର୍ଯ୍ୟ କରିନାହାନ୍ତି। ଏହାକୁ ବୃଦ୍ଧି କରିବା ଲାଗି ସେ ଦାବି କରିଥିଲେ। ଏହାକୁ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଭାଜପା ସଦସ୍ୟ ମୁକେଶ ମାହାଲିଂ ସମର୍ଥନ କରିଥିଲେ।

Share