ସରକାରୀ ନିର୍ଦ୍ଦେଶକୁ ଅବମାନନା: ଖରାଛୁଟି ଅବଧି ବୃଦ୍ଧି ସତ୍ତ୍ୱେ ରାଜଧାନୀର କିଛି ଘରୋଇ ସ୍କୁଲ ଖୋଲା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ୨୫ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରାଜଧାନୀର କିଛି ଘରୋଇ ସ୍କୁଲ ବୁଧବାର ଖୋଲିଥିବା ଦେଖିବାକୁ ମିଳିଛି। ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଏପରି କରାଯାଇଛି।

ପ୍ରକାଶଯୋଗ୍ୟ, ବୁଧବାର ଅର୍ଥାତ୍‌ ୧୯ ତାରିଖରେ ସବୁ ସ୍କୁଲ ଖୋଲିବାର ଥିଲା। ମାତ୍ର ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି, ପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ। ଏଣୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲଗୁଡ଼ିକୁ ୨୬ ତାରିଖରେ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି।

Share