ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ତେବେ ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।

ସିପି କହିଛନ୍ତି, ବାରଣ ସତ୍ତ୍ୱେ କିଛି ଯୁବକ ବାଇକ୍‌ ଚଳାଉଛନ୍ତି। ସେମାନଙ୍କୁ ଆମେ ବାରଣ କରୁଛୁ, ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ ବେଶି ଲୋକଙ୍କ ସମ୍ପର୍କରେ ଆସନ୍ତୁ ଆମେ ଚାହୁଁନାହୁଁ। ଯଦି ନିହାତି ଜରୁରୀ ଅଛି ତାହେଲେ ଚାଲିକି ଯାଆନ୍ତୁ। ପରିବାରରୁ କେବଳ ଜଣେ ଚାଲିକି ଯାଇ ସାମଗ୍ରୀ ଆଣନ୍ତୁ। ଘରକୁ ଫେରି ହାତ ଧୋଇ ପରିବାରକୁ ସୁରକ୍ଷିତ ରଖନ୍ତୁ। ପରିବାରଠାରୁ ଦୂରରେ ରହୁଥିବା ବ୍ୟକ୍ତି ଘରକୁ ଫେରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Share