ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୬।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିତ୍ସା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକମାନକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲୁଛନ୍‌। ହେଲେ କେନ୍‌ଠାନେ ଡାକ୍‌ତର ମର୍‌ଡି ତ ଆରକେନ୍‌ନେ ଡାକ୍‌ତରଖାନା କତୁରପକ୍ଷ ସରକାରୀ ନିୟମକେ ବେଖାତିର କରୁଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ୍‌ରେ।
ସୂଚନା ହିସାବେ, ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୪ଟା ପଁଚେତ୍‌ ସମେତ ଅତାବିରା ଏନ୍‌ଏସିର ଲୋକ୍‌ମାନେ ନିରଭର କରୁଛନ୍‌। ହେଲେ ସ୍ବାସ୍ଥ୍ୟ କେନ୍ଦ୍ରଟା ଲୁକ୍‌କୁ ଚିକିତ୍ସା ସେବା ଯୁଗେଇ ବେବାରେ ବିଫଲ ହେଇଥିବାର ଲୋକ୍‌ ଅଭିଯୋଗ କରିଛନ୍‌। ରାଏଜ୍‌ ସରକାର ବଢ଼ତି ଖରା ଝାଉକେ ଦେଖି ସ୍କୁଲ, କଲେଜ ଛୁଟି ଘୋଷନା କରବାର ସଂଗେ ସରକାରୀ ଅଫିସମାନ ବି ସଖାଲୁଆ କରିଛନ୍‌। ସେନ୍‌ତା ଏପ୍ରିଲରୁ ସେପ୍ଟେମ୍ବର ତକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନ ସଖାଲର ୭ରୁ ୧୧ ବଜେ ତକ୍‌ ଆର ଦୁଇପହରର ୪ରୁ ୬ ବଜେ ତକ୍‌ ଖୁଲବାର ନିୟମ ଅଛେ। ଅକ୍ଟୋବରରୁ ମାର୍ଚ୍ଚ ସଖାଲର ୮ରୁ ୧୨ ବଜେ ତକ୍‌ ଆର ଦୁଇପହରର ୩ରୁ ୫ ବଜେ ତକ୍‌ ଖୁଲା ରଖବାର ସରକାରୀ ନିୟମ ରହିଛେ। ହେଲେ ଇ ସରକାରୀ ନିୟମକେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କେହେନ୍‌ସି କରମ୍‌ଚାରୀ କି ଡାକ୍‌ତର ନାଇଁ ମାନୁଥିବାର ଦେଖ୍‌ବାକେ ମିଲିଛେ। ଅଭିଯୋଗ ଅନ୍‌ସାରେ ଡାକ୍‌ତରମାନେ ଡାକ୍‌ତରଖାନାକେ ସଖାଲର ୮ ବଜେ ଉତାରୁ ଆସୁଛନ୍‌। ଇ ଘଟନା ବାବ୍‌ଦେ ଥାନୀୟ ପରତିନିଧି ଖବର ଠୁଲାବେ ଶୁକୁରବାର ସକାଲୁ ଅତାବିରା ଡାକ୍‌ତରଖାନାକେ ଗଲାରୁ ରୁଗୀ ଡାକ୍‌ତରଖାନା ମୁହେଁ ବସିଛନ୍‌, ହେଲେ ୮ ବଜେ ତକ୍‌ ଡାକ୍‌ତରମାନକର ଦେଖାଦରଶନ୍‌ ନାଇଁଥାଇ। ସଖାଲର ୮ ବାଜି ୫ ମିନିଟରେ ଦଁାତ ଡାକ୍‌ତର, ୮.୧୦ରେ ଆୟୁଷ ଡାକ୍‌ତର ଆର ବାକି ସବୁ ଡାକ୍‌ତର ସାଢ଼େ ଆଠ୍‌ ବଜେ ଆସିଥିବାର ଦେଖ୍‌ବାକେ ମିଲିଥିଲା। ଖରା ଝାଉର ତେଜ୍‌କେ ଦେଖି ୨୦ରୁ ୩୦ କି.ମି. ଦୂରୁ ରୁଗୀମାନେ ସଖାଲର ୭ ବଜେ ଡାକ୍‌ତରଖାନାରେ ପୁହୁଁଚି ଯାଉଛନ୍‌। ହେଲେ ଡାକ୍‌ତରଖାନା ଧାଯ୍‌ ସମିଆଠାନୁ ୧ ଘଁଟା ବିଲମ୍‌ରେ ଖୁଲୁଥିବାର ଦେଖ୍‌ବାକେ ମିଲିଛେ। ଏନ୍‌ତାଥି ଦୂରିଆରୁ ଆସିଥିବାର ରୁଗୀ ଆର ତାକର ଲୋକ୍‌ବାକ୍‌ମାନେ ବଡ଼ା ଦହଗଁଜ୍‌ ହେଉଛନ୍‌। ଉପେ ଶୂଇନ୍‌ ହେଇ ଘଁଟା ଘଁଟା ଧରି ଡାକ୍‌ତରକୁଁ ଟାକୁଛନ୍‌। ଇ ବାବ୍‌ଦେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧ୍‌କାରୀ ରବିନାରାୟଣ ମିଶ୍ରକୁଁ ପଚରାଲାରୁ ୭ ବଜେନୁ ରୁଗୀ ନାଇଁ ଆଏବାର, ସେଥିରଲାଗି ଆମେ ୮ରୁ ୧୨ ବଜେ ତକ୍‌ ଡାକ୍‌ତରଖାନା ଖୁଲୁଛୁଁ ବଲି ସେ କହିଥିଲେ।