Categories: ଜାତୀୟ

ସରକାରୀ ବାସ ଭବନ ଖାଲି କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୨୯।୬: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ୮ ସଫଦରଜଙ୍ଗଠାରେ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଟୁଇଟ୍‌ କରିଛନ୍ତି ଯେ, ତାଙ୍କର ପୁରୁଣା ଠିକଣାରେ ଏଣିକି କେହି ତାଙ୍କ ଯୋଗାଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଥର ସୁଷମା ନିର୍ବାଚନ ନ ଲଢ଼ିବାକୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

Share