ସରକାରୀ ବିଭାଗର ଟୁଇଟର ହ୍ୟାଣ୍ଡେଲ : ଉପଯୁକ୍ତ ପରିଚାଳନା ହୋଇପାରୁନି

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଜନସାଧାରଣଙ୍କ ସମସ୍ୟା ତଥା ଅଭିଯୋଗକୁ ଗ୍ରହଣ କରି ତାହାର ସମାଧାନ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ହେଲେ ପ୍ରଶାସନ ନିକଟରେ ପ୍ରତ୍ୟକ୍ଷ ଭାବେ ହାଜର ନ ହୋଇ ମଧ୍ୟ ସମସ୍ୟା/ଅଭିଯୋଗ ଜଣାଇହେବ। ଏଥିପାଇଁ ବୈଷୟିକ ବିଦ୍ୟା(ଟେକ୍ନୋଲୋଜି)କୁ ଉପଯୋଗ କରାଯାଇଛି। ପ୍ରାଥମିକ ଭାବେ ମନୋରଞ୍ଜନର ମାଧ୍ୟମ ଥିବା ସାମାଜିକ ଗଣମାଧ୍ୟମ (ଟୁଇଟର, ଫେସ୍‌ବୁକ୍‌ ଆଦି) ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରାଯାଇଛି। ତନ୍ମଧ୍ୟରୁ ଟୁଇଟର ବ୍ୟବହାର ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହାର ପରିଚାଳନା ଏବଂ ଅଭିଯୋଗ ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର ବିଷୟ, ବିଭାଗଗୁଡ଼ିକ ଅଭିଯୋଗ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେବା ତ ଦୂରର କଥା, ଅଭିଯୋଗକୁ ସ୍ବୀକାର କରି ତାହାର ଉତ୍ତର ଦେଉନାହାନ୍ତି। ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ବିଭାଗ କେବଳ ସୌଜନ୍ୟତା ଦୃଷ୍ଟିରୁ ଟୁଇଟର ହ୍ୟାଣ୍ଡେଲ୍‌ଟିଏ ଖୋଲିଥିବା ପ୍ରତୀୟମାନ ହେଉଛି। ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଟୁଇଟର ଶେଷଥର ପାଇଁ ଗତବର୍ଷ ଅର୍ଥାତ୍‌ ୨୦୧୮ ସେପ୍ଟେମ୍ବର ୧୦ରେ ଏକ ରିଟୁଇଟ୍‌ କରିଥିଲା। ଏହି ରିଟୁଇଟ୍‌କୁ ଆଉ ଦୁଇ ସପ୍ତାହ ପରେ ବର୍ଷେ ପୂରିବ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ‘୫-ଟି’ର ଟେକ୍ନୋଲୋଜିକୁ କେତେ ଗୁରୁତ୍ୱ ଦିଆଯାଉଛି, ତାହା ଜଙ୍ଗଲ ଓ ପରିବେଶ ବିଭାଗ (@ForestDeptt)ର ଟୁଇଟର ପରିଚାଳନାରୁ ସ୍ପଷ୍ଟ ଅନୁମେୟ।
ଯୋଜନା ଓ ସଂଯୋଜନା ବିଭାଗ (@PCDept_Odisha)ର ମଧ୍ୟ ଅନୁରୂପ ଅବସ୍ଥା। ବିଭିନ୍ନ ଯୋଜନାର ଖଡ଼ିଛୁଆଁ ଏହି ବିଭାଗ ଦ୍ୱାରା ହୋଇଥାଏ। ହେଲେ ବିଭାଗର ଟୁଇଟର ପରିଚାଳନା ନାହିଁ କହିଲେ ଚଳେ। ଚଳିତବର୍ଷ ଏହି ବିଭାଗ ପକ୍ଷରୁ ମାତ୍ର ଗୋଟିଏ ଟୁଇଟ୍‌ କରାଯାଇଛି। ଗତ ଏପ୍ରିଲ ୫ରେ ଏହି ଟୁଇଟ୍‌ଟି କରାଯାଇଥିଲା। ସେହିପରି ଅଣୁ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ବିଭାଗ ପକ୍ଷରୁ ଗତ ଜୁନ୍‌ ୨୭ରେ ଶେଷ ଟୁଇଟ୍‌ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ (@PRDeptOdisha)ର ଟୁଇଟରର ଶେଷ ରିଟୁଇଟ୍‌ ଗତ ଜୁନ୍‌ ୫ରେ କରାଯାଇଥିଲା। ଅପରପକ୍ଷରେ ଏମିତି କିଛି ବିଭାଗ ରହିଛି, ଯେଉଁଗୁଡିକ ନିଜସ୍ବ ବିଭାଗ ସମ୍ବନ୍ଧୀୟ ବ୍ୟାପାର ଏତେଟା କରୁନାହାନ୍ତି। କେବଳ ସୌଜନ୍ୟତା ଦୃଷ୍ଟିରୁ ଆକାଉଣ୍ଟକୁ ଚଳାଇ ରଖିବା ପାଇଁ କେତେକ ସରକାରୀ ଘୋଷଣାର ରିଟୁଇଟ୍‌ କରୁଛନ୍ତି। ପୂର୍ତ୍ତ (@WorksDepartment), ଅର୍ଥ (@FdOdisha), ସଂସ୍କୃତି (@Culturedeptt) ଭଳି ପ୍ରମୁଖ ବିଭାଗର ଟୁଇଟ୍‌ର ହ୍ୟାଣ୍ଡେଲରେ ଏହା ବହୁଳଭାବେ ପ୍ରତିଫଳିତ ହେଉଛି। ୨୦୧୭ ଅଗଷ୍ଟ ୫ରୁ ଏହି ସେବା ଆରମ୍ଭ କରାଯାଇଥିଲା। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଆଣ୍ଡ ପିଜି) ପକ୍ଷରୁ ପିନ୍ଡ ଟୁଇଟ୍‌ କରି ଉଲ୍ଲେଖ କରାଯାଇଥିଲା ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଟୁଇଟର ହ୍ୟାଣ୍ଡେଲ ଦିଆଯାଇଛି। ଉପଯୁକ୍ତ ପ୍ରସ୍ତାବ ଏବଂ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗକୁ ଟ୍ୟାଗ୍‌ କରି ଜଣାଇପାରିବେ। କେତେକ ବିଭାଗ (କୃଷି, ସ୍ବାସ୍ଥ୍ୟ, ଶିଳ୍ପ, ଗୃହ) ପୂର୍ବାପେକ୍ଷା ନିଜ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଅଧିକ ମାତ୍ରାରେ ଦେଉଛନ୍ତି। ହେଲେ ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନେବା ଏଯାବତ୍‌ ଦେଖାଯାଇନାହଁି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (@Naveen_Odisha) ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମ୍‌ଓ) (@CMO_Odisha)ର ଟୁଇଟର ହ୍ୟାଣ୍ଡେଲରୁ ନିୟମିତ ବ୍ୟବଧାନରେ ଟୁଇଟ୍‌ କରାଯାଉଥିବା ଲକ୍ଷ୍ୟ କରାଯାଉଛି।
ବିଭିନ୍ନ ବେସରକାରୀ ସଂସ୍ଥା ସହ ଚୁକ୍ତି କରି ସାମାଜିକ ଗଣମାଧ୍ୟମ ପରିଚାଳନା ଦାୟିତ୍ୱ ତୁଲାଯାଉଛି। ହେଲେ କ’ଣ ଟୁଇଟ୍‌ କରାଯିବ, ତାହା ବିଭାଗଗୁଡ଼ିକର ନିର୍ଦ୍ଦେଶକ ତଥା ଅଧିକାରୀଙ୍କ ଉପରେ ନିର୍ଭର କରିଥାଏ। ଏହିଭଳି ଏକ ସଂସ୍ଥାରେ କାର୍ଯ୍ୟରତ ଜନୈକ କର୍ମଚାରୀ କହିଛନ୍ତି ଯେ, ଅଭିଯୋଗ ଗ୍ରହଣ କରି ତା’ ଉପରେ ପ୍ରତିକ୍ରିୟା ରଖିବା ଉପରେ ଅଧିକାରୀମାନେ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଏହିସବୁ ଅବ୍ୟବସ୍ଥା ଉପରେ ସରକାରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇ ଆଣ୍ଡ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ରବିବାର ସନ୍ଧ୍ୟା ୭ଟା ୩୪ରେ ତାଙ୍କ ମୋବାଇଲ ଫୋନ(୯୭୭୬୩୩୮୬୧୫)କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri