ସରକାରୀ ମେଡିକାଲ କଲେଜରେ ଖାଲିପଡ଼ିଛି ୨୪୪ ପଦବୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ):  ରାଜ୍ୟରେ ୭ ମେଡିକାଲ କଲେଜ ରହିଛି। ଏସବୁ କଲେଜରେ ମୋଟ ୧୨୬୭ ମଞ୍ଜୁରପ୍ରାପ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ତେବେ ସେଥିମଧ୍ୟରୁ ୨୪୪ ପଦବୀ ଖାଲି ରହିଛି ବୋଲି ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ତଥ୍ୟ ପ୍ରଦାନ କରିଛନ୍ତି। ସୋମବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମନ୍ତ୍ରୀଙ୍କୁ ସରକାରୀ ମେଡିକାଲ କଲେଜ ସ୍ଥାପନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ରାଜ୍ୟର ୧୦ ଆକାଂକ୍ଷୀ ଜିଲା ମଧ୍ୟରୁ ୬ ଜିଲାରେ କେନ୍ଦ୍ର ସହଯୋଗରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି କି, ରାଜ୍ୟରେ ମୋଟ କେତୋଟି ସରକାରୀ ମେଡିକାଲ କଲେଜରେ ଆଗାମୀ ଶିକ୍ଷାବର୍ଷରୁ ନାମଲେଖା ହେବ, ସରକାରୀ ମେଡିକାଲ କଲେଜଗୁଡ଼ିକରେ ସବୁ ବର୍ଗର ମଞ୍ଜୁରପ୍ରାପ୍ତ ଶିକ୍ଷକଙ୍କ ସଂଖ୍ୟା କେତେ ଓ ସେଥିରୁ କେତେ ପଦବୀ ଖାଲିପଡ଼ିଛି ବୋଲି ବିଧାୟକଙ୍କ ମନ୍ତ୍ରୀଙ୍କୁ ପ୍ରଶ୍ନ ଥିଲା। ଏହାର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ୭ ନୂତନ ମେଡିକାଲ କଲେଜ ପାଇପ୍‌ ଲାଇନ୍‌ରେ ଅଛି ବୋଲି କହିଥିଲେ।

Share