ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ସ୍ନେହଲତା

ବିନିକା, ୨।୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁ ଗିରିଟିକ୍ରା ପଡ଼ାର ସ୍ବର୍ଗତ ବିହାରୀ କ୍ଷେତୀ ଆର ରଇବାରୀକଁର ଝି’ ହେଉଛନ୍‌ ସ୍ନେହଲତା କ୍ଷେତୀ(୨୮)। ଜନ୍‌ମୁ ତାକର ଆଏଁଖ୍‌ ଠିକ୍‌ରେ ନାଇଁ ଦିଶ୍‌ବାର। ସୁଆସ୍‌ତିଅ ବିଭାଗ ତାହାକୁ ୮୦ ପରତିଶତ ଭିନ୍ନକ୍ଷମ ପରମାନପତର ଦେଇଛେ। ହେଲେ ଭତା ଟଁକାକେ ଛାଡ଼ିଦେଲେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ଥିବାର ସ୍ନେହଲତା ଅଭିଯୋଗ କରିଛନ୍‌।
ସୂଚନା ହିସାବେ ଗିରିଟିକ୍ରା ପଡ଼ାର ସ୍ବର୍ଗତ ବିହାରୀ କ୍ଷେତୀ ଆର ରଇବାରୀକଁର ୪ ପୁଓ ଆର ଗୁଟେ ବଲି ଝି’ ସ୍ନେହଲତା। ବିହାରୀ ଆଏଜ୍‌କେ ୧୭ ବଛର ତଲେ ଆର ରଇବାରୀ ୧୦ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ୧୦ ଡେସିମିଲ ଘର ଡିହକେ ଛାଡ଼ିଦେଲେ ସଁପତି ବଲି କିଛି ନାଇଁ। ଇଆଡ଼େ ୨୦ ବଛର ହେଲା ସ୍ନେହଲତାକଁର ବଡ଼ଭାଇ ବିହାଚୁରା ହେଇ ଅଲଗେ ରହୁଛନ୍‌। ଏନ୍‌ତାଥି ଦିବ୍ୟାଙ୍ଗ ସ୍ନେହଲତା ମଝିଅଁା ଭାଇ ଯଦୁ କ୍ଷେତୀକଁର ଘରେ ମୁଡ଼ ଗଁଜିଛନ୍‌। ସେନ୍‌ତା ସାନ୍‌ ଦୁଇ ଭାଇ ବୁଧୁ ଆର ନିଧୁ ମା’ବାପ୍‌ ମରିଗଲା ଉତାରୁ ଗୁଜୁରାଟକେ ଦାଦନ ଖଟିଯାଇଛନ୍‌ ଯେ ଆଏଜ୍‌ତକ ନାଇଁ ଫିରି। ଏହେଦେ ଯଦୁକଁର ଉପରେ ମାଏକିନା ଦୁହିତା, ୩ ଝି, ଗୁଟେ ପୁଓ ଆର ଦିବ୍ୟାଙ୍ଗ ବହେନ୍‌ ସ୍ନେହଲତାର ପାଲ୍‌ପୋଷ ବୋଝ୍‌ ରହିଛେ। ସ୍ନେହଲତାକଁର ଜନ୍‌ମୁ ଆଏଁଖ୍‌ ନାଇଁ ଦିଶବାର ଲାଗି ସେ ବିହାଚୁରା ନାଇଁ ହେଇପାରି କି କେହେନ୍‌ସି କାମ୍‌ବୁତା କରି ନାଇଁ ପାରବାର। ସବୁବେଲେ କେହେନ୍‌ସି କାମ୍‌କାଯ୍‌ ଲାଗି ସେ ଝନ୍‌କର ଉପରେ ନିରଭର କରୁଛନ୍‌। ସୁଆସ୍‌ତିଅ ବିଭାଗ ତାହାକୁ ୮୦ ପରତିଶତ ଭିନ୍ନକ୍ଷମ ପରମାନପତର ଦେଇଛେ। ହେଲେ ସେ ଭତାକେ ଛାଡ଼ିଦେଲେ ବାକି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ଥିବାର କହିଛନ୍‌। ସେନ୍‌ତା ସ୍ନେହଲତାକେ ରାଶନକାର୍ଡ ଆର ଆବାସ ଯୋଜନାରେ ଘରଖଁଡ଼େ ମିଲବା ବଲି ଦୁଇ ଭାଇ ବହେନ୍‌ ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ ବଲି ଯଦୁ କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଦିବ୍ୟାଙ୍ଗ ସ୍ନେହଲତାକୁଁ ସବୁ ପରକାର ସରକାରୀ ଯୋଜନାରେ ସାମିଲ କରବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ନିମାଇଁ ଚରଣ ନାଏକକୁଁ ପଚ୍‌ରାଲାରୁ ମୋର ପାସ୍‌କେ ଏନ୍‌ତା କିଛି ଅଭିଯୋଗ ନାଇଁ ଆସି। ହେଲେ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସ୍ନେହଲତାକୁଁ ସବୁ ପରକାର ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ସ୍ନେହଲତାକୁଁ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।