ସରକାରୀ ଯୋଜନାରୁ ବଁଚିତ୍‌: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍‌ ଦମ୍ପତି

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭିନେ ଭିନେ କାରନ୍‌ରୁ ଇ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ ଅଧୀନ ଝଲିଆଲିଟି ଗାଁରେ।
ସୂଚନା ଅନ୍‌ସାରେ ଝଲିଆଲିଟି ଗାଁର ବୁରୁଧ୍‌ ଖଗ ଦୀପ। ପରିବାର କହେଲେ ମାଏକିନା ହୀରା ଦୀପ, ଦୁଇ ଝି’ ସୁଶୀଲା, ଦବକୀ ଆର ଗୁଟେ ବଲି ପୁଓ ଅମୃତକୁଁ ନେଇ ସଁସାର। ଖଗ ଦୁଖ୍‌ସୁଖ କରି ଝି’ପୁଓମାନକୁ ବିହାଚୁରା କରି ସାରିଛନ୍‌। ସଭେ ଯେ ଯାହାର କୁଟୁମ ଧରି ଅଲଗେ ରହୁଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଘରେ ଏକଲା ରହିଛନ୍‌। ଇଆଡ଼େ ସଁପତି କହେଲେ ୪ ଡେସିମିଲ ଘର ଡିହକେ ଛାଡ଼ିଦେଲେ କିଛି ନାଇଁ। ଗୁଟେ ମାଏଟ୍‌ ଖପର ଘରେ ବୁଢ଼ାବୁଢ଼ୀ ମୁଡ଼ ଗୁଁଜିଛନ୍‌। ବୁଢ଼ାବୁଢ଼ୀକର କେହେନ୍‌ସି ପରକାର ରୁଜ୍‌ଗାରର ଜରିଆ ନଁାଇଁନ। ଏନ୍‌ତାଥି ଉପେ ଶୂଇନ୍‌ ବୁରୁଧ୍‌ ଦମ୍ପତି ପରହର କାମ୍‌ବୁତା କରି ନିଜର ପେଟ୍‌ ପାଲୁଛନ୍‌। ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ମାସିକ ମିଲୁଥିବାର ୧୦ କେ.ଜି. ଚାଉଲ। ଦମ୍ପତିକଁର ବଏସ୍‌ ୬୦ ଟପି ଯାଇଛେ। ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଦମ୍ପତି ଦରକାରୀ କାଗଜପତର ଓ୍ବାର୍ଡ ମେମ୍ବର ଜରିଆରେ ପଁଚେତ୍‌ରେ ଦାଖଲ କରିଛନ୍‌। ହେଲେ ଇ ବାବ୍‌ଦେ ପଁଚେତ୍‌ କତୁରପକ୍ଷକୁଁ ବାରବାର ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ଖଗ ଅଭିଯୋଗ କରିଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଖରା, ବରଷା, ଶୀତ୍‌ କାକରରେ ବଡ଼ା ଗୁଲ୍‌ଗୁଲା ହେଇ ଦଦ୍‌ରା କୁରିଆରେ ଜୀବନ୍‌ ବିତଉଛନ୍‌। ବରଷା ଦିନେ ଅବସ୍‌ତା ଏନ୍‌ତା ହେଉଛେ ଯେ ଘରେ ଚୁଲି ଜାଲବାର ଭିଡ଼ ପଡ଼ିଯାଉଛେ ବଲି ଖଗ କହିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ବୁରୁଧ୍‌ ଦମ୍ପତିକଁର ଉପରେ ଦୁରୁଷ୍‌ଟି ଦେଇ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।

Share