ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ଭାଜପାର ଗଣଧାରଣା

ବାସୁଦେବପୁର,୧୧।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନିୟମିତତା ହୋଇଥିବା ଭାଜପା ଅଭିଯୋଗ କରିଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭାଜପା ପକ୍ଷରୁ ବୁଧବାର ବାସୁଦେବପୁର ବ୍ଲକ ପରିସରରେ ଗଣଧାରଣା ଦିଆଯାଇଛି। ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଶାସକ ଦଳର ହାତବାରିସି ସାଜି ଏହି ଦୁର୍ନୀତିରେ ସାମିଲ ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଭାଜପା ପକ୍ଷରୁ ଯୁବ ନେତା ଉଦୟ ନାରାୟଣ ମଲିକ, ନିର୍ମଳା ପଣ୍ଡା, ମଧୁସୂଦନ ପାଢ଼ୀ, ରବି ଦାସ, କୈଳାସ ଚନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଗଣଧାରଣାରେ ସାମିଲ ଅଛନ୍ତି।