ସରକାରୀ ସମ୍ପତ୍ତି ବିକ୍ରି କରି ପାକିସ୍ତାନକୁ ବଞ୍ଚାଇବେ ଇମ୍ରାନ

ଇସ୍‌ଲାମାବାଦ,୬।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହି ସମସ୍ୟାରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ପିଏମ୍‌ଓରେ ରହୁଥିବା କାର ଓ ମଇଁଷିଗୁଡିକୁ ବିକ୍ରି କରିସାରିଥିବା ବେଳେ ଏବେ ଦେଶର ବହୁ ମୂଲ୍ୟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଛନ୍ତି। କିନ୍ତୁ ଏହି ସବୁ ସରକାରୀ ସମ୍ପତ୍ତି କୌଣସି କାର୍ଯ୍ୟରେ ଆସୁ ନ ଥିବା ବେଳେ ଏଥିଯୋଗୁ ଦେଶକୁ ବହୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଇମ୍ରାନ ସରକାର ବିଦେଶୀ ଓ ପାକିସ୍ତାନ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏବେ ସରକାରୀ ସମ୍ପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share