ସରକାରୀ ସହାଯ୍‌ ଅପେକ୍ଷାରେ ଡମ୍ବରୁଧର

ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା ଝି’ କରି ରଖିଥିବାର ସେବତୀ(୧୧)। ଜମିବାଡ଼ି ବଲି କିଛି ନାଇଁ। ଉଭଏ ମାଏଝି ମୁନୁଷ ଗଁାର ସ୍କୁଲରେ ରଁଧେନ ରଁଧ୍‌ନିଅଁା ହିସାବେ କାମ୍‌ କରୁଛନ୍‌। ସେଥ୍‌ରୁ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ଗଁାର ଝନେ ସହୁରୁଦ୍‌ ଲୋକ୍‌ର ଜାଗାରେ ଗୁଟେ ଖପର ଘର କରି ପରିବାରଟା ମୁଡ଼ ଗୁଁଜିଛନ୍‌। ସେମାନେ ଯାହା ରୁଜଗାର କରୁଥିଲେ ସେଥ୍‌ରେ ପରିବାରଟା ଖୁସିରେ ଚଲୁଥିଲା। ହେଲେ ଗଲା ୨୦୧୭ରେ ଡମ୍ବରୁଧର ହଠାତ୍‌ ରୋଗ୍‌ରେ ପଡ଼ଲେ। ସେ ଯାହା ସଁଚିଥିଲେ ସେଥ୍‌ରେ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଲେ। ଶେଷେ ଡମ୍ବରୁଧର ଲୁକ୍‌କରନୁ ଧାର ଉଧାର କରି ଭୁବନେଶ୍ୱର ଏମସ୍‌ ହସପିଟାଲକେ ଯାଇଥିଲେ। ସେଠାନେ ତାକର ପେଟ ଅପରେଶନ କଲା ଉତାରୁ ପାଖାପାଖି ବଛ୍‌ରେ ତକ୍‌ ଠିକ୍‌ଥିଲେ। ହେଲେ ଫେନ୍‌ ତାକର ଦିହି ବିଗିଡ଼ି ଗଲା। ଦିହି ପୁଡ଼ାଜଲା ସଂଗେ ରକତ୍‌ କମଜୁରି ଲାଗି ଏହେଦେ ସେ ଚାଲବୁଲ କରି ନାଇଁପାରବାର। ଏନ୍‌ତାଥି ସେ କାମ୍‌ଧଁଦା ନାଇଁ କରିପାରବାର ଲାଗି ସ୍କୁଲର ରଁଧନିଅଁା ପଦବୀରୁ ତାହାକୁ ବାହାର କରିଦିଆଯାଇଛେ। ଏହେଦ୍‌କା ତାକର ମାଏକିନା ସ୍କୁଲରୁ ପାଉଥିବାର ୧୪ଶହ ଟଁକା ଆର ପଁଚେତ୍‌ରୁ ପାଉଥିବାର ମାସିକ ୧୫ କେ.ଜି. ଚାଉଲରେ ପରିବାରଟା ଦୁଖେ କଷ୍‌ଟେ ଚଲୁଛେ। ଅଭାବ ଅନାଟନରେ ଯଶୋଦା ଆପ୍‌ନେର ଚିକିସତ୍ା ଲାଗି ଟଁକା ପଏସା ଯୁଗାଡ଼ କରି ନାଇଁପାରବାର। ସରକାର ଗରିବ୍‌ ଦୁଖିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ଇ ଅସାହା ଭୂମିହୀନ ପରିବାରକେ ୪ ଡିସିମିଲ ସରକାରୀ ଜମି ସଂଗେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ଡମ୍ବରୁଧରକଁର ଚିକିସତ୍ା ବେବସ୍‌ତା କରାଯିବା। ସରକାରୀ ନିୟମ ଅନ୍‌ସାରେ ଯାହା ସବୁ ସୁବିଧା ସୁଯୋଗ ରହିଛେ ସେଟା ତାହାକୁ ଯୁଗେଇ ଦିଆଯିବା ବଲି ସେ କହିଥିଲେ। ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।