ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ପୁଷ୍ପା: ଝି’ର ଚିକିଛା ଲାଗି ଦାଦନ ଖଟୁଛେ ବାପ୍‌

କୋମନା, ୧୬।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀକଁର ଝି’ ପୁଷ୍ପା ସୁନାନୀ(୧୬)। ସେ ଛୁଆବେଲୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ମା’ବାପ୍‌ ସରକାରୀ, ବେସରକାରୀ ସାହାଜ୍‌ ଲାଗି ଗୁହାରି କରି ନିରାଶ ହେଇଛନ୍‌। ଶେଷେ ଉପେ ଶୂଇନ୍‌ ବାପ୍‌ ଝି’ର ଚିକିଛା ଲାଗି ଟଁକା ଠୁଲାବାକେ ଦାଦନ ଖଟି ଯାଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀ(୫୦)କଁର ପରିବାର କହେଲେ ମାଏକିନା ଆର ତିନ୍‌ ଝି’କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ସଁପତି ବଲି କିଛି ନାଇଁ। ବିଜେ ଫିଦିନ ସଖାଲ ପାଏଲେ ବାହାଜାଂଗଲ ମାଜି ଯାହା କମଉଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ହେଲେ ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ଏନ୍‌ତାଥି ସେ ଅଜନା ରୋଗ୍‌ରେ ପୀଡ଼ିତ ବଡ଼ ଝି’ ପୁଷ୍ପାର ଚିକିଛା କରେଇ ନାଇଁ ପାରବାର। ଅନେକ ଥର ସରକାରୀ, ବେସରକାରୀ ସାହାଜ୍‌ ଲାଗି ଗୁହାରି କରି ସେ ନିରାଶ ହେଇଥିବାର କହିଛନ୍‌। ଇଆଡ଼େ ଝି’ ପୁଷ୍ପା ରୋଗ୍‌ରେ ପଡ଼ି ଭିନ୍ନକ୍ଷମ ପାଲଟିଯାଇଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ୨୫କେ.ଜି. ୧ ଟଁକିଆ ଚାଉଲ ମିଲୁଛେ। ଯେନ୍‌ଟା ୫ ଝନିଅଁା କୁଟୁମକେ ନିଅଁଟ ହେଉଛେ। ସେନ୍‌ତା ପୁଷ୍ପା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଥିଲେ ବି ସରକାରୀ ଚିକିଛା ସାହାଯ୍‌, ଭତା, ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବାପ୍‌ ଝି’ର ଚିକିଛା ଲାଗି ଟଁକା ଠୁଲାବାକେ ଆନ୍ଧ୍ର ପ୍ରଦେଶ ଦାଦନ ଖଟିଯାଇଛନ୍‌। ଏନ୍‌ତା ପରିସ୍ଥିତିରେ ଜିଲା ଆର ଥାନୀଅ ପରଶାସନ ଇ ଗରିବ ପରିବାର ଉପରେ ଦୁରୁଷ୍‌ଟି ଦେଇ ପୁଷ୍ପାକେ ଚିକିଛା ସାହାଯ୍‌, ଭତା ଆର ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌। ଇ ବାବ୍‌ଦେ କୋମନା ବିଡିଓ ଶ୍ୟାମଳ କୁମାର ରୟକୁଁ ପଚ୍‌ରାଲାରୁ ସରକାରୀ ନିୟମ ହିସାବେ ଯେନ୍‌ଟା ହେବା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।