Categories: ଜାତୀୟ

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସର ଏହି ସୂଚନା ଦେଇଛନ୍ତି। ଏମାନଙ୍କ ସ୍ଥାନରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତ କରାଯିବ। ଏହି ନିୟମ ଏବେ ଲାଗୁ କରାଯାଇ ନାହିଁ। ପର୍ଯ୍ୟାପ୍ତ ପରିମାଣର ଶିକ୍ଷୟିତ୍ରୀଙ୍କ ମିଳିବା ପରେ ଏହି ନିୟମ ଲାଗୁ ହେବ ବୋଲି ଡୋଟାସର କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ପୁରୁଷ ଶିକ୍ଷକଙ୍କ ଦ୍ୱାରା କିଛି ଯୌନ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଏମିତି ନିୟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Share