ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ ରହିଥିବା ଜଣାପଡ଼ିଛି। ହସ୍ପିଟାଲର କିଛି କର୍ମଚାରୀ ଏହି ଝିଟିପିଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଛନ୍ତି। ତେବେ ଏହି ବିରଳ ପ୍ରଜାତିର ଝିଟିପିଟିକୁ ଦେଖିବା ସହ ଫଟୋ ଉଠାଇବା ପାଇଁ ହସ୍ପିଟାଲରେ ଲୋକଙ୍କ ଭିଡ ଜମିଯାଇଥିଲା। ତେବେ ଝିଟିପିଟିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।