Categories: ଜାତୀୟ

ସରକାରୀ ହସ୍ପିଟାଲରେ ସନ୍ତାନ ପ୍ରସବ କଲେ ଆଇଏଏସ୍‌

ରାଞ୍ଚି,୩।୩: ଝାଡଖଣ୍ଡର ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ହସ୍ପିଟାଲାରେ ତାଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ରାଞ୍ଚିରୁ ୩୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଗୋଡ୍ଡାରେ ନିୟୋଜିତ ଥିବା କିରଣ ପାସି ନାମକ ଏହି ଆଇଏଏସ୍‌ ଅଧିକାରୀ ରବିବାର ସକାଳେ ସରକାରୀ ହସ୍ପିଟାଲରେ ସିଜରିଆନ ସେକ୍ସନ ମାଧ୍ୟମରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। କିରଣଙ୍କ ଏହି କାମ ପାଇଁ ତାଙ୍କୁ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭକାମନା ଜଣାଇଛନ୍ତି। ଡେପୁଟି କମିଶନର ଭାବେ କାମ କରୁଥିବା କିରଣ ସେହି ଅଞ୍ଚଳରେ ସ୍ବରସ୍ଥ୍ୟ ସେବା ଉପରେ କାମ କରୁଥିବା ବେଳେ ଏହାର ସରକାରୀ ସୁବିଧା ଉଠାଇବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଆଉ ନିଜେ ସରକାରୀ ହସ୍ପିଟାଲରେ ପ୍ରସବ କରିବା ପରେ ସେଠାକାର ଲୋକଙ୍କର ମଧ୍ୟ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଭରସା ଆସିବ ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟୁଇଟ କରି କିରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

Share