Categories: ଜାତୀୟ

ସରକାର ଅନୁମତି ନ ଦେଲେ ବି ପାକିସ୍ତାନ ଯିବି: ସିଦ୍ଧୁ

ନୂଆଦିଲ୍ଲୀ,୭।୧୧: କରତାରପୁର କରିଡର ଉଦଘାଟନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ପାକିସ୍ତାନ ଯିବା ପାଇଁ ଜିଦ୍‌ ଧରି ବସିଛନ୍ତି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସେ ତୃତୀୟଥର ଚିଠି ଲେଖିଛନ୍ତି। ଏଥର ଯଦି ସରକାର ଯଦି ମୋ ଚିଠିର କୌଣସି ଉତ୍ତର ନ ଦେବେ ତେବେ ମୁଁ ଜଣେ ଶିଖ୍‌ ଶ୍ରଦ୍ଧାଳୁଙ୍କ ଭଳି ପାକିସ୍ତାନ ଯିବି ବୋଲି ସିଦ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ପୂର୍ବରୁ ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ନଭେମ୍ବର ୯ ତାରିଖ ସକାଳ ୯.୩୦ରେ କରିଡର ଜରିଆରେ ପାକିସ୍ତାନ ଯାଇ ଉଦଘାଟନ ସମାରୋହ ଭାଗ ନେଇ ପୁଣି ସନ୍ଧ୍ୟାରେ ଫେରିଆସିବେ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି।

Share