Categories: ଜାତୀୟ

ସରକାର ଗଠନର ୨୯ ଦିନ ପରେ ହେଲା ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୨୧।୪: ମଧ୍ୟପ୍ରଦେଶରେ ପୁଣିଥରେ ଶାସନ କ୍ଷମତା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ଶାସନ କ୍ଷମତା ହାତକୁ ନେବାର ୨୯ ଦିନ ପରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ୫ ମନ୍ତ୍ରୀ ମଙ୍ଗଳବାର ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ସମର୍ଥକ ମଧ୍ୟ ସାମିଲ ଅଛନ୍ତି। ଏହାକୁ ଦେଖିବା ପରେ ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି କି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେବା ଓ ମଧ୍ୟପ୍ରଦେଶରେ ସରକାର ଗଠନ ପଛରେ ସିନ୍ଧିଆଙ୍କର ଏକ ମୁଖ୍ୟ ଭୂମିକା ରହିଛି। ରାଜଭବନ ପରିସରରେ ରାଜ୍ୟପାଳ ଲାଲାଜି ଟଣ୍ଡନ ସମସ୍ତ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି ନରୋତ୍ତମ ମିଶ୍ର, କମଲ ପଟେଲ, ମିନା ସିଂ, ତୁଲସୀ ସିଲାଓ୍ବତ ଓ ଗୋବିନ୍ଦ ସିଂ ରାଜପୁତ।

Share